ମଧ୍ୟପ୍ରଦେଶର ଭିଣ୍ଡରେ ଏକ ବସ୍-ଭ୍ୟାନ ଧକ୍କାରେ ପାଂଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଗୁରୁତର ଆହତ
ଭିଣ୍ଡ, ୨୧ ଫେବ୍ରୁଆରି (ହି.ସ.) – ଶନିବାର ପ୍ରତ୍ୟୁଷରେ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାର ଜାତୀୟ ରାଜପଥ-୭୧୯ ର ଗୋହଦ ଥାନା ଅଂଚଳର ଛିମକା ଗ୍ରାମ ନିକଟରେ ଏକ ଦ୍ରୁତଗାମୀ ବସ୍ ଏବଂ ଏକ ଇକୋ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ପାଂଚ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଛଅ ଜଣ ଗୁରୁତର ଆହତ ହୋଇଛନ୍ତ
ମଧ୍ୟପ୍ରଦେଶର ଭିଣ୍ଡରେ ଏକ ବସ୍-ଭ୍ୟାନ ଧକ୍କାରେ ପାଂଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଗୁରୁତର ଆହତ


ଭିଣ୍ଡ, ୨୧ ଫେବ୍ରୁଆରି (ହି.ସ.) – ଶନିବାର ପ୍ରତ୍ୟୁଷରେ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାର ଜାତୀୟ ରାଜପଥ-୭୧୯ ର ଗୋହଦ ଥାନା ଅଂଚଳର ଛିମକା ଗ୍ରାମ ନିକଟରେ ଏକ ଦ୍ରୁତଗାମୀ ବସ୍ ଏବଂ ଏକ ଇକୋ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ପାଂଚ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସର ସୂଚନା ଅନୁଯାୟୀ, ଭିଣ୍ଡରେ ବିବାହ ଶୋଭାଯାତ୍ରା ଛାଡ଼ିବା ପରେ ଏକ ଦ୍ରୁତଗାମୀ ବସ୍ ଗ୍ୱାଲିୟର ଫେରୁଥିଲା ।

ଏହି ସମୟରେ ଶନିବାର ଭୋର ୪ଟାରେ ଭିଣ୍ଡ-ଗ୍ୱାଲିୟର ରାଜପଥର ଛିମକା ଗାଁ ନିକଟରେ ବସ୍ଟି ସାମ୍ନାପଟୁ ଆସୁଥିବା ଏକ ଭ୍ୟାନ ସହିତ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ, ଭ୍ୟାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ଯାତ୍ରୀମାନେ ଭିତରେ ଫସି ରହିଥିଲେ ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଗୋହଦ ଚୌରାହା ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଭ୍ୟାନରେ ଥିବା ଚାରି ଜଣଙକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସାତ ଜଣ ଆହତ ହୋଇଥିଲେ । ପୋଲିସ ଆହତମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବାଟରେ ଜଣଙ୍କର ମୃତ୍ୟୁ ହୋଇଥିଲା । ବାକି ଛଅ ଜଣ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଗୋହଦର ଏକ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଗ୍ୱାଲିୟରକୁ ରେଫର କରାଯାଇଥିଲା । ସେମାନଙ୍କର ଜୟାରୋଗ୍ୟ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande