

ସମ୍ବଲପୁର, ୨୧, ଫେବ୍ରୁଆରୀ (ହି.ସ.) - ସମ୍ବଲପୁର ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ରେଙ୍ଗାଲିଙ୍କ ଅଧୀନରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ସରକାରୀ ପଲିଟେକ୍ନିକ କଲେଜ, ରେଙ୍ଗାଲି ରେ ଅନୁଷ୍ଠିତ ହୋଇଛି । ସରିତା ଦାସ ,ପ୍ରୋଟେକ୍ସନ ଅଫିସର, ସ୍ୱାଗତ ଭାଷଣ ସହ କର୍ଜ୍ୟକ୍ରମ ଆରମ୍ଭ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ସାହୁ ସଚେତନତା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ । ଏଥିରେ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ନବୀନ ପ୍ରଧାନ ମୁଖ୍ୟ ଅତିଥି ଓ ମୁକ୍ତା ସାହୁ ରାଜ୍ୟ ମହିଳା କମିଶନ ସଭ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡ. ପୁଷ୍ପାଞ୍ଜଳି ପଣ୍ଡା, ଉପଜିଲ୍ଲାପାଳ, ସମ୍ବଲପୁର ସବଡିବିଜନ, ଡେପୁଟି କଲେକ୍ଟର, ସମ୍ବଲପୁର ସବଡିବିଜନ, ପ୍ରିନ୍ସିପ୍ୟାଲ ପୋଲିଟେକ୍ନିକ କଲେଜ, ସମସ୍ତ ପ୍ରୋଗ୍ରାମ ଅଫିସର ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ସମ୍ବଲପୁର, ଜିଲ୍ଲା ନାରୀ ସଶକ୍ତିକେନ୍ଦ୍ର ର ଜିଲ୍ଲା ସଂଯୋଜକ ଏବଂ ଅନ୍ୟ ଅଧିକାରୀ ଯୋଗଦେଇଥିଲେ । ପ୍ରମୋଦ ସରାଫ, ଓକିଲ ଏବଂ ବାଣୀ ମହାପାତ୍ର, ଜେଜେବି ସଭ୍ୟା, ସମ୍ବଲପୁର ଉକ୍ତ କାର୍ଯ୍ୟକ୍ରମରେ ତାଲିମ ଦାତା ଭାବେ ଯୋଗଦେଇ, ବାଲ୍ୟବିବାହ ନିଷେଧ ଆଇନ, ଘରୋଇ ହିଂସା ଆଇନ, ପୋସ ଆଇନ, ପୋସ୍କୋ ଆଇନ, ମହିଳା ଚାଲାଣ ରୋକିବା ଆଇନ ବିଷୟରେ ସଚେତନତା କରାଇଥିଲେ। ରେଙ୍ଗାଲି ବିକାଶ କାର?୍ୟ୍ୟାଳୟର ସମସ୍ତ ଅଧିକାରୀ ଉକ୍ତ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ । ଶେଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ରେଙ୍ଗାଲି ଯାମିନୀ ଅଢା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ