ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା : ପରିବାରର ଚାରିଜଣଙ୍କ ମୃତ୍ୟୁ
ଅହମ୍ମଦାବାଦ, ୨୧ ଫେବୃଆରୀ (ହି.ସ.)- ଉତର ଗୁଜରାଟରେ ସଡ଼କ ଦୁର୍ଘଟଣାର ଧାରା ଜାରି ରହିଛି । ଶନିବାର ପ୍ରତ୍ୟୁଷରେ ଉନ୍ଝା-ମେହସାଣା ରାଜପଥର ଉନାଭା ଗ୍ରାମ ନିକଟରେ ହୋଟେଲ କମ୍ଫି ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣାରେ ଅହମ୍ମଦାବାଦର ଏକ ପରିବାରର ଚାରିଜଣଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁଯାୟୀ, କୁମାୱତ
ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା : ପରିବାରର ଚାରିଜଣଙ୍କ ମୃତ୍ୟୁ


ଅହମ୍ମଦାବାଦ, ୨୧ ଫେବୃଆରୀ (ହି.ସ.)- ଉତର ଗୁଜରାଟରେ ସଡ଼କ ଦୁର୍ଘଟଣାର ଧାରା ଜାରି ରହିଛି । ଶନିବାର ପ୍ରତ୍ୟୁଷରେ ଉନ୍ଝା-ମେହସାଣା ରାଜପଥର ଉନାଭା ଗ୍ରାମ ନିକଟରେ ହୋଟେଲ କମ୍ଫି ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣାରେ ଅହମ୍ମଦାବାଦର ଏକ ପରିବାରର ଚାରିଜଣଙ୍କ ମୃତ୍ୟୁ ହୋଇଛି ।

ରିପୋର୍ଟ ଅନୁଯାୟୀ, କୁମାୱତ ପରିବାର ରାଜସ୍ଥାନରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଏକ ଇକୋ କାରରେ ଅହମ୍ମଦାବାଦ ଫେରୁଥିଲେ । ଉନାବା ନିକଟରେ, ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ କାରଟି ଦ୍ରୁତ ଗତିରେ ଏକ ଡିଭାଇଡରରେ ପିଟି ହୋଇଗଲା । ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଦୁଇ ପୁରୁଷ, ଜଣେ ମହିଳା ଏବଂ ଜଣେ ନିର୍ଦ୍ଦୋଷ ଶିଶୁ ସମେତ ଚାରିଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ରାମଲାଲ ଲାଖାଜୀ କୁମାୱତ, କୋମଲ ମଦନଲାଲ କୁମାୱତ, କୈଳାସଭାଇ ରାମଲାଲ କୁମାୱତ ଏବଂ ଜଣେ ଶିଶୁ । କାର୍ ର ଡ୍ରାଇଭର ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ଏ ସମ୍ପର୍କରେ ସୂଚନା ପାଇ ଉନାବା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଯୋଗୁଁ ରାଜପଥରେ ଯାତାୟାତ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande