ଆଦର୍ଶ ଶିକ୍ଷକ ଅନୁକୂଳ ମହାରଣାଙ୍କ ପରଲୋକ
ଭୁବନ, ୨୧ ଫେବ୍ରୁଆରି (ହି.ସ.) – ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ୱାର୍ଡ ନମ୍ବର ୭ ଗୁଜୁରି ହାଟ ନିବାସୀ ଆଦର୍ଶ ଶିକ୍ଷକ ଅନୁକୂଳ ମହାରଣା (୮୩) ଙ୍କର ଶନିବାର ଅପରାହ୍ନ ରେ ପରଲୋକ ହୋଇଯାଇଛି। ସେ ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପଡ଼ି ଚିକିତ୍ସିତ ହେଉଥିଲେ । ଅନୁକୂଳ ସାର୍ଙ୍କ ବିୟୋଗ ଖବର
ଆଦର୍ଶ ଶିକ୍ଷକ ଅନୁକୂଳ ମହାରଣାଙ୍କ ପରଲୋକ


ଭୁବନ, ୨୧ ଫେବ୍ରୁଆରି (ହି.ସ.) – ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ୱାର୍ଡ ନମ୍ବର ୭ ଗୁଜୁରି ହାଟ ନିବାସୀ ଆଦର୍ଶ ଶିକ୍ଷକ ଅନୁକୂଳ ମହାରଣା (୮୩) ଙ୍କର ଶନିବାର ଅପରାହ୍ନ ରେ ପରଲୋକ ହୋଇଯାଇଛି। ସେ ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପଡ଼ି ଚିକିତ୍ସିତ ହେଉଥିଲେ । ଅନୁକୂଳ ସାର୍ଙ୍କ ବିୟୋଗ ଖବର ପାଇ ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେ ଭୁବନର ପ୍ରଥମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରାଇଜିଂ କ୍ଳବ୍ ର ପ୍ରତିଷ୍ଠାତା ସଭ୍ୟ ଥିଲେ ଓ ଅବସର ପରେ ସେ ବହୁ ଅନୁଷ୍ଠାନ ସହିତ ଜଡିତ ରହିଥିଲେ। ସ୍ୱର୍ଗତ ଅନୁକୂଳ ସାର୍ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ଛାତ୍ର ବତ୍ସଳ,ପରୋପକାରୀ,ସ୍ନେହୀ,ଦୟାଳୁ ଓ ମେଳାପି ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ସୂଚନା ଯୋଗ୍ୟ ଯେ, ଗତ କିଛି ମାସ ପୂର୍ବରୁ ତାଙ୍କ ପତ୍ନୀ ଙ୍କ ବିୟୋଗ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande