ପ୍ରଚାର ସର୍ବସ୍ୱ ବଜେଟ - ବିଜେଡି
ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ରାଜ୍ୟ ବଜେଟ୍ କୁ ନେଇ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ,ବିଧାୟକ ନିରଞ୍ଜନ ପୂଜାରୀ ଓ ଗୌତମ ବୁଦ୍ଧଦାସ କହିଛନ୍ତି ବିଜେଡି ସଭାପତି ଗତକାଲି ଗୋଟିଏ ବାକ୍ୟରେ ଉତର ଦେଇଛନ୍ତି। ବଜେଟର ଆକାର ବଢ଼େଇଛ
bjd


ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ରାଜ୍ୟ ବଜେଟ୍ କୁ ନେଇ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ,ବିଧାୟକ ନିରଞ୍ଜନ ପୂଜାରୀ ଓ ଗୌତମ ବୁଦ୍ଧଦାସ କହିଛନ୍ତି ବିଜେଡି ସଭାପତି ଗତକାଲି ଗୋଟିଏ ବାକ୍ୟରେ ଉତର ଦେଇଛନ୍ତି। ବଜେଟର ଆକାର ବଢ଼େଇଛନ୍ତି ବୋଲି ସରକାର ବାହସ୍ଫୋଟ ମାରୁଛନ୍ତି । ଏହା ବିଜେପି ସରକାରର ୩ୟ ବଜେଟ। ସରକାର ଋଣଭାରରେ ରାଜ୍ୟବାସୀଙ୍କୁ ବୁଡ଼େଇ ଦେଇଛନ୍ତି। ନବୀନ ବାବୁ ଦାୟିତ୍ୱ ନେଲା ବେଳେ ଓଡିଶା ଋଣଭାରରେ ବୁଡିଥିଲା। ହେଲେ ଏହାକୁ ବଦଳାଇଥିଲେ ନବୀନ। ବିଜେପି ସରକାରକୁ ଏକ ସୁସ୍ଥ ଅର୍ଥନୀତି ଦେଇଥିଲେ। ହେଲେ ଏ ସରକାର ଦାୟିତ୍ୱ ଛାଡିଲା ବେଳେ ଏକ ଅସୁସ୍ଥ ଅର୍ଥନୀତି ଦେଇଥିବେ। ବିଜେଡି ୨୪ ବର୍ଷ ଭିତରେ ଋଣ ଭାର ୭୮ ହଜାର କୋଟି ଥିଲା। ଏବେ ୧ ଲକ୍ଷ ୫୫ ହାଜର କୋଟି ଟଙ୍କା ଋଣଭାର ହୋଇଗଲା। ଏମିତି ଚାଲିଲେ ରାଜ୍ୟ ଅନ୍ଧକାର ଭିତରକୁ ଚାଲିଯିବ। ଏ ବଜେଟରେ କୃଷକଙ୍କ ପାଇଁ କିଛି ନାହିଁ। ସ୍ୱାସ୍ଥ୍ୟ ବିଭାଗର ଅନୁଦାନ କମିଛି। ବେକାରୀ ସମସ୍ୟାର ସମାଧାନ ପାଇଁ କୌଣସି ବଜେଟ ନାହିଁ। ଏ ବଜେଟ ନିରାଶା ଜନକ ବଜେଟ। ଏହା ପ୍ରଚାର ସର୍ବସ୍ୱ ବଜେଟ। ରାଜ୍ୟ ବଜେଟକୁ ଖର୍ଚ୍ଚ କରି ପାରୁ ନାହାନ୍ତି ସରକାର। କେନ୍ଦ୍ରୀୟ ଅନୁଦାନ କମୁଛି। କୃଷି ବଜେଟ କମୁଛି। ଆଜି ରାଜ୍ୟର ଅର୍ଥନୀତି ରେଡ଼ ଜୋନକୁ ପ୍ରବେଶ କରୁଛି। ରାଜ୍ୟର ଅଭିବୃଦ୍ଧି କମୁଛି ଓ ଋଣଭାର ବଢିଛି। ଖୋଲା ବଜାରରୁ ୪୦ ପ୍ରତିଶତ ଋଣ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande