ଏଆଇ ଶିଖର ସମ୍ମିଳନୀରେ କଂଗ୍ରେସର ପ୍ରଦର୍ଶନ ରାଷ୍ଟ୍ର ବିରୋଧି ଅପରାଧ- ଭାଜପା
ନୂଆଦିଲ୍ଲୀ,୨୧ ଫେବୃଆରୀ(ହି.ସ.) – ଭାରତୀୟ ଜନତା ପାର୍ଟି(ଭାଜପା) ଭାରତ ମଣ୍ଡପମ୍ରେ ଏଆଇ ଶିଖର ସମ୍ମିଳନୀ ଅବସରରେ ଭାରତୀୟ ଯୁବ କଂଗ୍ରେସର କାର୍ଯ୍ୟକର୍ତାମାନଙ୍କ ପ୍ରଦର୍ଶନ ରାଷ୍ଟ୍ର ବିରୋଧି ଅପରାଧ କହିଛନ୍ତି। ଭାଜପା କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧ କରି କରି କଂଗ୍ରେସ ଏବେ ର
ଏଆଇ ଶିଖର ସମ୍ମିଳନୀରେ କଂଗ୍ରେସର ପ୍ରଦର୍ଶନ ରାଷ୍ଟ୍ର ବିରୋଧି ଅପରାଧ- ଭାଜପା


ନୂଆଦିଲ୍ଲୀ,୨୧ ଫେବୃଆରୀ(ହି.ସ.) – ଭାରତୀୟ ଜନତା ପାର୍ଟି(ଭାଜପା) ଭାରତ ମଣ୍ଡପମ୍ରେ ଏଆଇ ଶିଖର ସମ୍ମିଳନୀ ଅବସରରେ ଭାରତୀୟ ଯୁବ କଂଗ୍ରେସର କାର୍ଯ୍ୟକର୍ତାମାନଙ୍କ ପ୍ରଦର୍ଶନ ରାଷ୍ଟ୍ର ବିରୋଧି ଅପରାଧ କହିଛନ୍ତି। ଭାଜପା କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧ କରି କରି କଂଗ୍ରେସ ଏବେ ରାଷ୍ଟ୍ର ବିରୋଧି ହୋଇଯାଇଛି।

ସଂସଦୀୟ କାର୍ଯ୍ୟ ଏବଂ ଅଳ୍ପସଂଖ୍ୟକ ମାମଲାର ମନ୍ତ୍ରୀ କିରେନ ରିଜିଜୁ ଶନିବାର ଦିନ ଭାଜପା ମୁଖ୍ୟାଳୟରେ ସାମ୍ବାଦିକ ବାର୍ତାରେ କହିଛନ୍ତି, କଂଗ୍ରେସ ଦ୍ୱାରା କରାଯାଇଥିବା ଏହି ବିରୋଧ ନିନ୍ଦନୀୟ ଅଟେ। ଏହା କେବଳ ଏକ ଭୁଲ୍ ନୁହେଁ, ପରନ୍ତୁ ରାଷ୍ଟ୍ର ବିରୋଧି ଅପରାଧ ଅଟେ। ଭୁଲ୍ ମାଗିବା ଜାଗାରେ କିଛି କଂଗ୍ରେସ ନେତା ଏହାକୁ ଠିକ୍ କହିଥିଲେ ଏବଂ କହୁଥିଲେ ଯେ ଏହା ଯୁବକଙ୍କ ଆକ୍ରୋଶ ଅଟେ। ଦୁନିଆ ଆଗରେ ସେ ଭାରତକୁ ବଦନାମ କରିବା ପାଇଁ ଏହାକୁ ଯୁବକଙ୍କ ଆକ୍ରୋଶ କହିଥିଲେ।

ସେ କହିଛନ୍ତି ଯେ ଯଦି କଂଗ୍ରେସ ଭାଜପାର ଆନ୍ଦୋଳନ କରିଛି ତେବେ କୌଣସି ଆପତି ନୁହେଁ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଯେତେବେଳେ ଦୁନିଆ ଭାରତର ପ୍ରଗତିର ପ୍ରଶଂସା କରୁଛି ତେବେ ଏହାକୁ ସ୍ୱୀକାର କରିବା ଦରକାର। ଏପର୍ଯ୍ୟନ୍ତ ଯେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମୌକ୍ରୋ ମଧ୍ୟ କହିଛନ୍ତି ଯେ ଏକଦଶକ ପୂର୍ବରୁ ଡିଜିଟାଲ ନେବାଦେବା ବହୁତ କମ୍ ଥିଲା ଏବଂ ଆଜି ତ ଗଳି ଗଳିର ବିକ୍ରେତା ମଧ୍ୟ ୟୁପିଆଇର ଉପଯୋଗ କରୁଛନ୍ତି। ରିଜିଜୁ କହିଛନ୍ତି ଯେ ପୁଣି ରାହୁଲ ଗାନ୍ଧୀ ଭାରତର ଏହି ସଫଳତାକୁ ପାଉନାହି ଏବଂ ଦେଶର ଅପମାନ କରିବା ଜାରି ରଖିଛନ୍ତି।

ରିଜିଜୁ କହିଛନ୍ତି ଯେ କଂଗ୍ରେସର କେତେକ ନେତାଙ୍କୁ ସେ ରାହୁଲ ଗାନ୍ଧୀଙ୍କୁ ବୁଝାଇବାକୁ ଚେଷ୍ଟା କରିବାକୁ କହିଛନ୍ତି, କିନ୍ତୁ ରାହୁଲ ନା କୌଣସି ବୁଝାମଣାରେ ଆସିବେ, ଯୁବ କଂଗ୍ରେସର ଏହି ପ୍ରଦର୍ଶନରେ ଭାଜପା ନୁହେଁ ଦେଶର ଲୋକ ବିରୋଧ ପ୍ରଦର୍ଶନ କରୁଥବଲେ। ତାଙ୍କୁ ବୁଝାଇବା ଦରକାର ଯେ ଏଆଇ ଶିଖର ସମ୍ମିଳନୀ ଭାଜପାର କାର୍ଯ୍ୟକ୍ରମ ନୁହେଁ, ପରନ୍ତୁ ଦେଶ ପାଇଁ ଗୌରବର କଥା, କିନ୍ତୁ ରାହୁଲଙ୍କୁ ଏହି କଥା ବୁଝାପଡ଼ୁ ନାହିଁ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande