ଶିମଲା: ହୋଟେଲରେ ମିଳିଲା ମୃତ ବ୍ରିଟିଶ ନାଗରିକ, ଯାଂଚରେ ଜୁଟିଛି ପୋଲିସ୍
ଶିମ୍ଲା,୨୧ ଫେବୃଆରୀ(ହି.ସ.) – ରାଜଧାନୀ ଶିମଲାର ବାଲୁଗଂଜ ଥାନା ଅନ୍ତର୍ଗତ ଲୋଅର କୈଥୁସ୍ଥିତ ଏକ ହୋଟେଲ୍ରେ ରହିଥିବା ବ୍ରିଟିଶ ନାଗରିକଙ୍କ ସଂଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଯାଇଛି। ପୋଲିସ୍ ଘଟଣାସ୍ତଳରେ ପହଂଚି ଯାଂଚ ଆରମ୍ଭ କରିଦେଇଛି ଏବଂ ଶବକୁ ପୋଷ୍ଟମର୍ଟମ ପାଇଁ ଆଇଜିଏମ୍ସି ପଠାଇ ଦିଆଯାଇଛି।

ପୋଲିସ୍ ଅନୁଯାୟୀ ଗତ ମଧ୍ୟରାତ୍ରୀ କୈଥୁ ନିବାସୀ ସୂର୍ଯ୍ୟବଂଶୀ ମୋବାଇଲ ମାଧ୍ୟମରେ ଥାନା ପୋଲିସ୍ଙ୍କୁ ସୂଚନା ଦେଇଥିଲେ ଯେ ତାଙ୍କ ହୋଟେଲ୍ରେ ରହିଥିବା ଏକ ବିଦେଶୀ ନାଗରିକ କୋଠରୀ ମଧ୍ୟରେ ଅଚେତ ଅବସ୍ଥାରେ ପଡ଼ିରହିଛନ୍ତି। ସୂଚନା ମିଳିବା ପରେ ଥାନା ପ୍ରଭାରି ଏବଂ ଉପ ପୋଲିସ୍ ଅଧିକ୍ଷକ ଟିମ୍ ସହିତ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ ଏବଂ ହୋଟେଲ୍ ଲୋଅର କୈଥୁରେ ସ୍ଥିତି ଯାଂଚ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି

 rajesh pande