
ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ଭାଙ୍ଗ ବିକିବାକୁ ୯୩ ଟି ଦୋକାନକୁ ମିଳିଛି ସରକାରୀ ଅନୁମତି। ଭାଙ୍ଗ ଲସି କି ପଣା ସେବନ ଓ ବିକ୍ରି ପାଇଁ କୌଣସି ପ୍ରକାର ଅନୁମତି ପ୍ରଦାନ କରାଯାଏ ନାହିଁ । କେନ୍ଦ୍ରୀୟ ଅଧିନିୟମ ଏନଡିପିଏସ୍ ଆକ୍ଟ ୧୯୮୫ ଅନୁଯାଇ ଆମ ଦେଶରେ ତଥା ଓଡ଼ିଶାରେ କେବଳ ଔଷଧୀୟ ଓ ବୈଜ୍ଞାନିକ ଗବେଷଣା ବ୍ୟତୀତ ଗଞ୍ଜେଇର ଉତ୍ପାଦନ, ଚାଷ, ବିକ୍ରୟ, ପରିବହନ, ସଂରକ୍ଷଣ ଏବଂ ସେବନକୁ ସମାନ ଭାବରେ ନିଷେଧ କରାଯାଇଛି। ବିଧାୟକ ମଙ୍ଗୁ ଖିଲଙ୍କ ପ୍ରଶ୍ନର ଲିଖିତ ଉତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା