
ଜୟପୁର, ୨୧ ଫେବୃଆରୀ (ହି.ସ.)- ଜୟପୁର ସହର ନିକଟ ଗଡପଦର ପାଖରେ ଥିବା ଜଳସେଚନ ବିଭାଗର ଏକ ସର୍ବପୁରାତନ କେନାଲ ବ୍ରିଜ୍ ଧସିଯାଇଛି । ଫଳରେ ଜୟପୁର ସହରରୁ ବାରିଣୀପୁଟ ଓ ଗଡପଦର ପଂଚାୟତର ଅନେକ ଗାଁକୁ ଯାତାୟତ ଠପ୍ ହୋଇଯାଇଛି । ଲୋକେ ରାସ୍ତାରେ ଅଟକି ରହିଥିବା ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ପୋଲ ଭୁଷୁଡିଥିବା ଅନୁମାନ କରାଯାଉଛି । ଖବର ପାଇ ଜୟପୁର ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରୁଛି । ତେବେ କେଉଁ କାରଣ ପାଇଁ ବ୍ରିଜ୍ ଧସିଛି ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ।
ଅନ୍ୟପକ୍ଷରେ ସୌଭାଗ୍ୟବଶତଃ ଏହି ବିଜ୍ ଧସିବା ବେଳେ କେହି ସେଠାରେ ଉପସ୍ଥିତ ନଥିଲେ । ନଚେତ୍ ଜୀବନ ହାନିର ଆଶଙ୍କା ରହିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ