ଚିଲିକାର ଜୈବ ବିବିଧତାକୁ ନୂଆ କରି ତିଆରି କରିବା କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ - ମନ୍ତ୍ରୀ
ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ରାଜ୍ୟ ବଜେଟରେ ଚିଲିକା ପାଇଁ ଅନୁଦାନ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ ୨୪ ବର୍ଷ ରେ ଚିଲିକା ପୋତି ହୋଇଗଲା। ଚିଲିକା ପାଇଁ କାହାର ଚିନ୍ତା ନଥିଲା। ଚଳିତ ବଜେଟରେ ଚିଲିକାର ପୁନରୁଦ୍ଧାର ପାଇଁ ଅର୍ଥ ବ୍ୟବସ୍ଥା
prthiviraj harichandan


ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ରାଜ୍ୟ ବଜେଟରେ ଚିଲିକା ପାଇଁ ଅନୁଦାନ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ ୨୪ ବର୍ଷ ରେ ଚିଲିକା ପୋତି ହୋଇଗଲା। ଚିଲିକା ପାଇଁ କାହାର ଚିନ୍ତା ନଥିଲା। ଚଳିତ ବଜେଟରେ ଚିଲିକାର ପୁନରୁଦ୍ଧାର ପାଇଁ ଅର୍ଥ ବ୍ୟବସ୍ଥା ହୋଇଛି। ଚିଲିକାର ଜୈବ ବିବିଧତାକୁ ନୂଆ କରି ତିଆରି କରିବା ପାଇଁ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ। ଏଥି ପାଇଁ ଆଇଆଇଟି ମାଡ୍ରାସ ଡିପିଆର ପ୍ରସ୍ତୁତ କରୁଛି। ଏହା ଓଡିଶା ପାଇଁ ଯୁଗାନ୍ତକାରୀ ବଜେଟ ବୋଲି ସେ କହିଛନ୍ତି।

ସେହିପରି ପୁରୀ ରେ ବ୍ୟାକ୍ଷାନ କେନ୍ଦ୍ର ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୧୦୦୦ କୋଟି ର ପ୍ରାବଧାନ କରାଯାଇଛି। ପୁରୀକୁ ଅନ୍ତର୍ଜାତୀୟ ଧାର୍ମିକ ସ୍ଥଳୀ କରାଯିବା ପାଇଁ ସବୁ ପଦକ୍ଷେପ ନିଆଯିବ। ଆନ୍ଧ୍ର ପ୍ରଦେଶ- ଓଡିଶା- ଝାରଖଣ୍ଡକୁ ଯୋଡିବ ନୂଆ ରାସ୍ତା।ମାଲକାନଗିରି ମୋଟିରୁ ମୟୁରଭଞ୍ଜ ତିରିଂ ପାଇଁ ରାସ୍ତା ତିଆରି ହେବ। ଦୁଇ ପଟେ ତିଆରି ହେବ ଇକୋନୋମିକ କରିଡର। ରାଂଚି - ବିଜୟୱାଡା କରିଡର ସହ ଯୋଡି ହେବ ଏହି ରାସ୍ତା।

ଏହା ବ୍ୟତୀତ ଶ୍ରୀମନ୍ଦିର ଉପର ଡ୍ରୋନ ଉଡ଼ାଣ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ ଅମାନିଆଙ୍କୁ ସାବାଡ଼ ପାଇଁ ଆହୁରି କଠୋର ହେବେ ସରକାର। ଆଇନ ବଦଳିବ। ପୁରୁଣା ଆକ୍ଟରେ ନୂଆ ଆମେନମେଣ୍ଡ. ଯୋଡି ହେବ। ନୂଆ ଆମେନମେଣ୍ଡରେ କଠୋର ଦଣ୍ଡ ବିଧାନ ରହିବ। ଅଡିନାନ୍ସ ଦ୍ୱାରା ନ ହେଲେ ଆସନ୍ତା ବିଧାନସଭା ଅଧିବେଶନରେ ଏହା ଉପସ୍ଥାପନା କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande