
କେନ୍ଦ୍ରାପଡ଼ା,୨୧ ଫେବୃଆରୀ(ହି.ସ.) – କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟଠାରେ ଜାତୀୟ ସେବା ଯୋଜନା ଓ ମୁଁ ଭାରତ ତରଫରୁ ଆଜି ଅପରାହ୍ନରେ ଜିଲ୍ଲାସ୍ତରୀୟ ବିକଶିତ ଭାରତ ୟୁଥ ପାର୍ଲାମେଂଟ ଆୟୋଜନ ନେଇ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମ ଆସନ୍ତା ୨୫ ଫେବୃଆରୀରେ ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ଠାରେ ଆୟୋଜିତ ହେବ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସାନ୍ଧ୍ୟଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଆଦ୍ୟାରଶ୍ମି ମହାପାତ୍ର, ପୂର୍ବତନ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶିଶିରକାନ୍ତ ମହାପାତ୍ର, ମାଇଁ ଭାରତ ୟବା ଭାରତର ଯୁବ କାର୍ୟ୍ୟକ୍ରମ ଅଧିକାରୀ ଗୋଲୀ ତିରୁପତି ରେଡ୍ଡୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ, ସନ୍ଧ୍ୟା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ତଥା ଇଚ୍ଛୁକ ଅନ୍ୟଯୁବ ଗୋଷ୍ଠୀ ଯାହାଙ୍କ ବୟସ ୧୫ ବର୍ଷରୁ ୨୫ ବର୍ଷ ବୟସ ହୋଇଥିବ ସେମାନେ ଆସି ଯୋଗଦେବେ। ବିକଶିତ ୧୦୦ ବର୍ଷ ଭାରତ ଏବଂ ୫୦ ବର୍ଷ ଗଣତନ୍ତ୍ର ଉପରେ ଆଧାରିତ ବିଷୟବସ୍ତୁ ଉପରେ ଆଲୋଚନା କରାଯିବା ସହିତ ଏକ ଛାୟା ସଂସଦ ପ୍ରକ୍ରିୟାରେ ଜୁରୀ ସଦସ୍ୟମାନେ ଉପସ୍ଥିତ ରହି ଫଳାଫଳ ବିଚାର କରିବେ ଜ୍ଝ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅଂଶ ଗ୍ରହଣ କରିବେ। ରାଜ୍ୟସ୍ତରୀୟ ପ୍ରତିଯୋଗିତା କୃତୀ ପ୍ରତିଯୋଗୀ ମାନେ ଜାତୀୟ ସ୍ତରୀୟ ପାର୍ଲାମେଣ୍ଟକୁ ମନୋନୀତ ହେବେ ବୋଲି ସୂଚନା ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସନ୍ଧ୍ୟା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ରୁକ୍ମୁଣୀ ସାହୁ, ମନୋରଞ୍ଜନ ରାଉତ, ମାଇଁ ଭାରତ କର୍ମୀ ଲକ୍ଷ୍ମୀକାନ୍ତ ଜେନା,କର୍ମଚାରୀ ଅଶୋକ ମଳିକ,କିସନ ନିମାଇ,ଶ୍ରୀଧର ବେହେରା ପ୍ରମୁଖ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି