କେନ୍ଦୁଝରରେ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନର ୫୧ତମ ରାଜ୍ୟ ସ୍ତରୀୟ ବାର୍ଷିକ ସମ୍ମିଳନୀ
କେନ୍ଦୁଝର, ୨୧ ଫେବୃଆରୀ (ହି.ସ.)- ଓଡ଼ିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନର ୫୧ତମ ରାଜ୍ୟ ସ୍ତରୀୟ ବାର୍ଷିକ ସମ୍ମିଳନୀ କେନ୍ଦୁଝରଗଡ଼ ଅଡ଼ିଟୋରିୟମ୍ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନର ୫୧ତମ ରାଜ୍ୟ ସ୍ତରୀୟ ବାର୍ଷିକ ସମ୍ମିଳନୀର ଅଭ୍ୟର୍ଥନା କମିଟିର ସଭାପତି
Bidyut federation metting


କେନ୍ଦୁଝର, ୨୧ ଫେବୃଆରୀ (ହି.ସ.)-

ଓଡ଼ିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନର ୫୧ତମ ରାଜ୍ୟ ସ୍ତରୀୟ ବାର୍ଷିକ ସମ୍ମିଳନୀ କେନ୍ଦୁଝରଗଡ଼ ଅଡ଼ିଟୋରିୟମ୍ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନର ୫୧ତମ ରାଜ୍ୟ ସ୍ତରୀୟ ବାର୍ଷିକ ସମ୍ମିଳନୀର ଅଭ୍ୟର୍ଥନା କମିଟିର ସଭାପତି ତଥା କେନ୍ଦୁଝରଗଡ଼ ପୌରପାଳିକାର ଅଧକ୍ଷା ଶ୍ରୀମତୀ ନିକୁ ସାହୁ ମଞ୍ଚାସିନ ହୋଇ ସାରା ଓଡିଶାରୁ ଆସିଥିବା ସଂଘର ସଦସ୍ୟଙ୍କୁ ପ୍ରଥମେ ଅଭିଭାଷଣ ମାଧ୍ୟମରେ ସ୍ୱାଗତ କରିଥିଲେ। ଓଡ଼ିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନ ଅନ୍ତର୍ଗତ ଓଡ଼ିଶାର ଟ୍ରାନ୍ସମିସନ୍, ଦିଷ୍ଟ୍ରିବୁସନ ଓ ଜେନେରେଶନର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ଉକ୍ତ ସମ୍ମିଳନୀରେ ରାଜ୍ୟ ବିଦ୍ୟୁତ କର୍ମଚାରୀ ଫେଡ଼େରେସନର ଅଧକ୍ଷ ରାମକୃଷ୍ଣ ପଣ୍ଡା ଲାଲ ପତାକା ଉତ୍ତୋଳନ କରି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମୋହନ ଶର୍ମା ସାଧାରଣ ସମ୍ପାଦକ,ଆଞ୍ଚଳିକ ଭାରତୀୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନ (ନାଗପୁର), ଯୋଗଦାନ କରିଥିଲେ । ସଂମ୍ମାନିତ ଅତିଥି ଭାବେ ବୈଦନାଥ ସିଂହ ଆଞ୍ଜିଳିକ ସମ୍ପାଦକ, ଅରୁଣ ଚୋଟରାଜ ଉର୍ଦୁର ପୂର୍ବାଞ୍ଚଳ ଉପସମ୍ପାଦକ, ଶ୍ରୀ ମହେଶ୍ଵର ରାଉତ କାର୍ଯକାରୀ ସଭାପତି ଏଆଇଟିଉସି ଓଡ଼ିଶା ରାଜ୍ୟ କମିଟି ଯୋଗଦାନ କରିଥିଲେ । ଏଥି ସହିତ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନର

ଉପାଧକ୍ଷ ଆବନ୍ଧୁ ବିଶ୍ଵାଳ, ଶ୍ରୀକୃଷ୍ଣ ପଟ୍ଟନାୟକ, ନିରଞନ ପାଣିଗ୍ରାହୀ,

ନୃସିଂହ ଚରଣ ପଣ୍ଡା ମଞ୍ଚାସିନ ଥିଲେ । ଉକ୍ତ ସମ୍ମିଳନୀରେ ନିକୁ ସାହୁ କେନ୍ଦୁଝରଗଡ଼ ପୌର

ଅଧକ୍ଷା, ରଶ୍ମିକାନ୍ତ ବେହେରା, ସୁପରିଟେଣ୍ଡିଂ ଇଞ୍ଜିନିୟର କେନ୍ଦୁଝର ସର୍କଲ, ଟି.ପି.ଏନ.ଓ.ଡ଼ି.ଏଲ, ସମ୍ମାନନୀୟ ଅତିଥ ଭାବେ ଯୋଗଦାନ କରିଥିଲେ ।

ଆଜିର ସମ୍ମିଳନୀରେ କର୍ମଚାରୀଙ୍କ ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରାଯାଇଥିବା ବିଷୟ ଗୁଡ଼ିକ ହେଲା ଓଡ଼ିଶାର ବିଦ୍ୟୁତ୍ ବିଭାଗରେ ପୁନଃ ଘରୋଇକରଣ ବନ୍ଦ କରିବା,

ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ସମସ୍ତ ଠିକା ଶ୍ରମିକ, ଏନ.ଏମ.ଆର ଓ କମ୍ପ୍ଲିଜେନସି ଖଲାସି ମାନଙ୍କୁ

ସ୍ଥାୟୀ କରିବା, ସ୍ଥାୟୀ ପଦବୀରେ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ବନ୍ଦ କରିବା, ବିଦ୍ୟୁତ୍ ବିଭାଗରେ ଖାଲି ଥିବା ସମସ୍ତ ସ୍ଥାୟୀ ପଦବୀ ଗୁଡ଼ିକୁ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟାରେ ତୁରନ୍ତ ପୁରଣ କରିବା, ସୁପ୍ରିମ କୋର୍ଟଙ୍କର ରାୟ ଅନୁଯାୟି ସମାନ କାମକୁ ସମାନ ଦରମା ପ୍ରଦାନ କରିବା । ତା ୦୧.୦୪.୨୦୨୦ ରିଖ ଠାରୁ ନୂତନ ମଜୁରୀ ନିର୍ଦ୍ଧାରଣ ପରେ ବିଭିନ୍ନ ପଦବି ଗୁଡ଼ିକରେ ଥିବା ଅସଙ୍ଗତି ଶିଘ୍ର ଦୂରକରିବା ।ସେହିପରି ବହୁଦିନରୁ ପ୍ରତିକ୍ଷିତ ପଦବି ଗୁଡ଼ିକୁ ପୁନଃ ସଙ୍କଳନ କରିବା, ଓ.ଏଚ.ପି.ସି ରେ ଓପିଟିସିଏଲ୍ ଭଳି ରିଆରେଞ୍ଜମେଣ୍ଟ ତୁରନ୍ତ ଲାଗୁ କରିବା, ବିଦ୍ୟୁତ୍ ବିଭାଗର ମୃତ କର୍ମଚାରିଙ୍କ ଉତ୍ତରାଧିକାରୀଙ୍କୁ ପୁନଃ ଥଇଥାନ ପ୍ରଥା ଜରିଆରେ ସ୍ଥାୟୀ

ନିଯୁକ୍ତି ଦେବା, ବିଦ୍ୟୁତ୍ ବିଭାଗରେ ସ୍ମାର୍ଟ ମିଟର ପ୍ରଚଳନ ବନ୍ଦ କରିବା, ଅତିରିକ୍ତ ସିକ୍ୟୁରିଟି ଡ଼ିପୋଜିଟ ପ୍ରଦାନ ବନ୍ଦ କରିବା ଓ ବିଦ୍ୟୁତ୍ ଶକ୍ତି ଆମେଣ୍ଡମେ ବିଲ ୨୦୨୨କୁ ତୁରନ୍ତ ପ୍ରତ୍ୟାହାର କରିବା, ବିଦ୍ୟୁତ୍ ଗ୍ରାହକ ମାନଙ୍କୁ ଉତ୍ତମ ଗ୍ରାହକ ସେବା ଯୋଗାଇଦେବା, ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଶ୍ରମିକ/ କର୍ମଚାରୀ ମାନଙ୍କ ଉପରେ ଆକ୍ରୋଶ ମୂଳକ ପଦକ୍ଷେପ ବନ୍ଦ କରିବା ଓ ଜାତିୟ ମେŚନାନ୍ସ ଆଳ ଦେଖାଇ ଅଘୋଷିତ ବିଦ୍ୟୁତ୍ କାଟ୍ ବନ୍ଦ କରିବା ଆଦି ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା ।

ଉପରୋକ୍ତ ବିଦ୍ୟୁତ୍ ଶ୍ରମିକ/କର୍ମଚାରୀ ମାନଙ୍କର ସମସ୍ୟା ଯଦି କର୍ତ୍ତୃପକ୍ଷ ଓ ସରକାର ଶିଘ୍ର

ସମାଧାନ ନ କରନ୍ତି ତାହାହେଲେ ଆଗାମି ଦିନରେ ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନ ବିଦ୍ୟୁତ୍

ଗ୍ରାହକ, କୃଷକ, ଛାତ୍ର ସର୍ବୋପରି ଜନସାଧାରଣଙ୍କୁ ନେଇ ଦୁର୍ବାର ଆନ୍ଦୋଳନ ଗଢିତୋଳିବା ପାଇଁ

ସତ୍ୟବାଦୀ ବାଘ, ସାଧାରଣ ସମ୍ପାଦକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande