ଆଗାମୀ ୨ ଦିନ ପାଇଁ ରାଜ୍ୟର ଜିଲ୍ଲା ଗୁଡିକୁ କୌଣସି ଚେତାବନୀ ନାହିଁ : ୨୩ ତାରିଖ ସକାଳ ଠାରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଝଡ଼ ସହିତ ବଜ୍ରପାତ ଓ ପବନ ନେଇ କେତେକ ଜିଲ୍ଲାକୁ ଚେତାବନୀ
ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ଆଗାମୀ ୨ ଦିନ ଅର୍ଥାତ୍ ଆସନ୍ତା ୨୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକୁ କୌଣସି ଚେତାବନୀ ନାହିଁ । ୨୩ ତାରିଖ ସକାଳ ଠାରୁ ୨୪ ତାରିଖ ସକାଳ ଏବଂ ୨୪ ତାରିଖ ସକାଳ ଠାରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଝଡ଼ ସହିତ ବଜ୍ରପାତ ଓ ପବନ ନେଇ କେତେକ ଜିଲ୍ଲାକୁ ଚେ
୨୫ ତାରିଖ ସକାଳ ଠାରୁ ୨୮ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କୌଣସି ଜିଲ୍ଲାକୁ କୌଣସି ଚେତାବନୀ ନାହିଁ ।


୨୪ ତାରିଖ ସକାଳ ଠାରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଝଡ଼ ସହିତ ବଜ୍ରପାତ ଓ ପବନ ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


୨୩ ତାରିଖ ସକାଳ ଠାରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଝଡ଼ ସହିତ ବଜ୍ରପାତ ଓ ପବନ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଆଗାମୀ ୨ ଦିନ ପାଇଁ ରାଜ୍ୟର ଜିଲ୍ଲା ଗୁଡିକୁ କୌଣସି ଚେତାବନୀ ନାହିଁ


ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ଆଗାମୀ ୨ ଦିନ ଅର୍ଥାତ୍ ଆସନ୍ତା ୨୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକୁ କୌଣସି ଚେତାବନୀ ନାହିଁ । ୨୩ ତାରିଖ ସକାଳ ଠାରୁ ୨୪ ତାରିଖ ସକାଳ ଏବଂ ୨୪ ତାରିଖ ସକାଳ ଠାରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଝଡ଼ ସହିତ ବଜ୍ରପାତ ଓ ପବନ ନେଇ କେତେକ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି । ସେହିପରି ୨୫ ତାରିଖ ସକାଳ ଠାରୁ ୨୮ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କୌଣସି ଜିଲ୍ଲାକୁ କୌଣସି ଚେତାବନୀ ନାହିଁ ।

୨୩ ତାରିଖ ସକାଳ ଠାରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଝଡ଼ ସହିତ ବଜ୍ରପାତ ଓ ପବନ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି । ତନ୍ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୩୦ରୁ ୪୦ କି.ମି. ରହିପାରେ ।

୨୪ ତାରିଖ ସକାଳ ଠାରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଝଡ଼ ସହିତ ବଜ୍ରପାତ ଓ ପବନ ନେଇ ୩ ଜିଲ୍ଲା(ମୟୂରଭଞ୍ଜ, କଟକ, ଯାଜପୁର)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତନ୍ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୩୦ରୁ ୪୦ କି.ମି. ରହିପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande