ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ଘରୋଇ ସ୍କୁଲର ସହାୟିକା ସମେତ ୫ ଶିକ୍ଷକ ଥାନାରେ ଅଟକ
କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ, ୨୧ ଫେବୃଆରୀ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଦେଉଳତରା ପଂଚାୟତ ଅଂଚଳର ଜଣେ ୧୨ ବର୍ଷିୟା ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାର ଛାନଭିନ୍ ଆରମ୍ଭ କରିଛି ପୋଲିସ । ଏହି ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ସହାୟିକା ସମେତ ୫
ରାଜକନିକା ଥାନା


କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ, ୨୧ ଫେବୃଆରୀ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଦେଉଳତରା ପଂଚାୟତ ଅଂଚଳର ଜଣେ ୧୨ ବର୍ଷିୟା ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାର ଛାନଭିନ୍ ଆରମ୍ଭ କରିଛି ପୋଲିସ । ଏହି ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ସହାୟିକା ସମେତ ୫ ଜଣ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ରାଜକନିକା ପୋଲିସ । ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ।

ଘରୋଇ ଇଂରାଜୀ ସ୍କୁଲରେ ପଢ଼ୁଥିବା ଏହି ଛାତ୍ରୀଙ୍କୁ ତାଙ୍କ ବିଦ୍ୟାଳୟର ୪ ଜଣ ଶିକ୍ଷକ ଗତ କିଛି ଦିନ ଧରି ପାଳି କରି ଦୁଷ୍କର୍ମ କରିଥିବା ଓ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଖେଳ ଛୁଟି ସମୟରେ ଅଭିଯୁକ୍ତ ଶିକ୍ଷକମାନେ ଛାତ୍ରୀଙ୍କୁ ବିଦ୍ୟାଳୟ ଅନ୍ୟତ୍ର ଡାକି ନେଇ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ପରିବାର ସଦସ୍ୟ ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି) ନିକଟରେ ଏନେଇ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ପରେ ଶିଶୁ ମଙ୍ଗଳ କମିଟି ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ସମ୍ପୃକ୍ତ ବିଦ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି । ଅଭିଯୋଗ ଲୋକଲୋଚନକୁ ଆସିବା ପରେ ଅଂଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ରାଜକନିକା ଦେଉଳତରା ପଂଚାୟତ ଅଂଚଳର ପୀଡ଼ିତା ଛାତ୍ରୀ ଜଣକ ସ୍ଥାନୀୟ ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରନ୍ତି । ବିଦ୍ୟାଳୟରେ ଖେଳଛୁଟି ସମୟରେ ଛାତ୍ରୀ ଜଣକ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ସହିତ ଖେଳୁଥିଲେ । ଏହି ସମୟରେ ସମ୍ପୃକ୍ତ ଶିକ୍ଷକମାନେ ପାଳି କରି ତାଙ୍କୁ ଡାକି ନେଇ ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ କରିଥିଲେ । ଏହି କାର୍ଯ୍ୟରେ ଜଣେ ଶିକ୍ଷୟିତ୍ରୀଙ୍କ ସେମାନଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଛି । କିଛି ଦିନ ଧରି ଶିକ୍ଷକମାନେ ଏଭଳି ଅତ୍ୟାଚାର ଚଳାଇଥିବା ବେଳେ ନିକଟରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାର ଦିନକ ପୂର୍ବରୁ ଛାତ୍ରୀ ଜଣକ ନିଜ ମା'ଙ୍କ ଆଗରେ ଏସବୁ ଘଟଣା ପ୍ରକାଶ କରିଥିଲେ । ଛାତ୍ରୀଙ୍କ ବାପା ବାହାରେ ରହୁଥିବା ବେଳେ ୪ ଦିନ ତଳେ ଘରକୁ ଫେରିଥିଲେ । ସେ ଏ ବାବଦରେ ଜାଣିବା ପରେ ସିଡବ୍ଲୁସିଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ସବିଶେଷ ବିବରଣୀ ଅବଗତ କରାଇଥିଲେ । ଅନ୍ୟପକ୍ଷରେ ଆମେ ସ୍କୁଲ କର୍ତୃପକ୍ଷଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ରିପୋର୍ଟ ତଲବ କରିଛୁ ବୋଲି ସିଡବ୍ଲୁସି ଅଧ୍ୟକ୍ଷା କହିଛନ୍ତି । ସେପଟେ ସ୍କୁଲର ସହାୟିକା ସମେତ ୫ ଜଣ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି କହିଛନ୍ତି ଏସପି ଶ୍ରୀ କଟାରିଆ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande