ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ
ନୂଆପଡ଼ା, ୨୧ ଫେବୃଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ୧୮୫୮ ମସିହାରେ ସ୍ଥାପିତ ୧୬୮ ବର୍ଷ ପୁରୁଣା ଶିକ୍ଷାନୁଷ୍ଠାନ ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଆଜି ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଅଗସ୍ତିଙ୍କ ଅଧ୍ୟକ୍ଷତ
Antarjatiya matrubhasa dibas


ନୂଆପଡ଼ା, ୨୧ ଫେବୃଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ୧୮୫୮ ମସିହାରେ ସ୍ଥାପିତ ୧୬୮ ବର୍ଷ ପୁରୁଣା ଶିକ୍ଷାନୁଷ୍ଠାନ ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଆଜି ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଅଗସ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିବସରେ ପୂର୍ବତନ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏହି ବିଦ୍ୟାଳୟର ପୁରାତନ ଛାତ୍ର ତଥା ପୂର୍ବତନ କଲେଜ ଅଧ୍ୟକ୍ଷ ଐତିହାସିକ ଡଃ. ଫଣିନ୍ଦମ୍ ସିଂ ଦେଓ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ବିଜୟ ବାରିକ, ସିଆରସିସି ମଧୁସୂଦନ ସାଗର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ l ଅନେକ ମନଛୁଆଁ କାହାଣୀ, ଉଦାହରଣ ଓ କଥୋପକଥନ ମାଧ୍ୟମରେ ନିଜ ନିଜ ମାତୃଭାଷାକୁ ସୁରକ୍ଷା ଦେବା ଓ ବଞ୍ଚାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ବକ୍ତାଗଣ ଉଦବୋଧନ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସହକାରୀ ଶିକ୍ଷୟତ୍ରୀ ସୁମିତ୍ରା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ଶିକ୍ଷୟତ୍ରୀ ସୁଲକ୍ଷଣୀ ପ୍ରଧାନୀ ଓ ସହକାରୀ ଶିକ୍ଷୟତ୍ରୀ ବିଜୟିନୀ ମିଶ୍ର ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande