ଉତ୍କଳ ସମ୍ମିଳନୀ ପକ୍ଷରୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ
ùK¦âû_ଡା , 21 ଫେବ୍ରୁଆରି (ହି.ସ.) ମାତୃଭାଷା ହେଉଛିବ୍ୟକ୍ତିତ୍ଵ ବିକାଶ ତଥା ଜାତୀୟ ଚରିତ୍ର ଓ ଜାତୀୟ ସଂହତି ଗଠନର ମୂଳଦୁଆ। ଆଧୁନିକ ବିଶ୍ଵ ତଥା ଭାରତବର୍ଷରେ ଭାଷା, ଧର୍ମ, ଜାତି, ରୁଚି ଓ ଆଚାର ବ୍ୟବହାର ପ୍ରଭୃତିର ବିବିଧତା ଗଣତାନ୍ତ୍ରିକ ମୂଲ୍ୟବୋ
ଉତ୍କଳ ସମ୍ମିଳନୀ             ପକ୍ଷରୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ


ùK¦âû_ଡା

, 21 ଫେବ୍ରୁଆରି (ହି.ସ.)

ମାତୃଭାଷା ହେଉଛିବ୍ୟକ୍ତିତ୍ଵ ବିକାଶ ତଥା ଜାତୀୟ ଚରିତ୍ର ଓ ଜାତୀୟ

ସଂହତି ଗଠନର ମୂଳଦୁଆ। ଆଧୁନିକ ବିଶ୍ଵ ତଥା ଭାରତବର୍ଷରେ ଭାଷା, ଧର୍ମ,

ଜାତି, ରୁଚି ଓ ଆଚାର ବ୍ୟବହାର ପ୍ରଭୃତିର ବିବିଧତା

ଗଣତାନ୍ତ୍ରିକ ମୂଲ୍ୟବୋଧର ମୂଳ ପୁଞ୍ଜି ହୋଇଥିବା ବେଳେ ଏବେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର

ସରକାରମାନେ ଗୋଟିଏ ଭାଷାକୁ ଅନ୍ୟ ଭାଷାଭାଷୀଙ୍କ ଉପରେ ଜୋର୍ କରି ଲଦିଦେବାର ଉଦ୍ୟମ ମାତୃଭାଷା

ଦିବସର ଉଦ୍ଦେଶ୍ୟ ପ୍ରତି ଏକ ଆହ୍ବାନ ବୋଲି ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଉତ୍କଳ

ସମ୍ମିଳନୀ କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ଯୋଗଦେଇ ବିଶିଷ୍ଟ

ବ୍ଯକ୍ତିମାନେ ମତବ୍ୟକ୍ତ କରିଛନ୍ତି। ସଂଗଠନର ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ

ପରିଚାଳନାରେ ଅନୁଷ୍ଠିତ ଉକ୍ତ ସଭାରେ ବିଶିଷ୍ଟ ସାହିତ୍ୟିକ ପ୍ରାଧ୍ୟାପକ ମୋହନ ଚରଣ ଜେନା ମୁଖ୍ୟ

ଅତିଥି ଓ ଅଧ୍ୟାପକ ଅଜୟ ସାମଲ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଭାଷାର ବିବିଧତା ରକ୍ଷା କରିବା ଉପରେ

ଗୁରୁତ୍ବ ଦେଇଥିଲେ। ସଂଗଠନର ସମ୍ପାଦକ ଡଃ ବାସୁଦେବ ଦାସ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା

ବେଳେ ଆଦିକନ୍ଦ ରାଉଳ ପ୍ରାକ୍ କଥନ ଓ ଶିକ୍ଷକ ନେତା ଶୁଭ୍ରାଂଶୁ କୁମାର ଦାସ ଧନ୍ୟବାଦ ରଖିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଡଃ ଚୈତନ୍ୟ ଚରଣ ପରିଡା, ଅବସରପ୍ରାପ୍ତ

ଶିକ୍ଷକ ରବୀନ୍ଦ୍ର ପ୍ରସାଦ ଜେନା, ଆଶିଷ ସେନାପତି,

ନୃସିଂହ ଚରଣ ତ୍ରିପାଠୀ, ଶରତ କୁମାର ରାଉତ,

ଭାଗୀରଥି ଜେନା, ଧୀରେନ୍ଦ୍ର

ବେହେରା, ରଂଜନ ବାଇ, ଶ୍ରୀଧର

ମହାନ୍ତି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande