ନିଆରା ଉପାୟରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ
ହରିଚନ୍ଦନପୁର, ୨୧ ଫେବୃଆରୀ (ହି.ସ.)- ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଭାଷାରେ ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା । ମାତୃଭାଷା ପ୍ରତି ଶ୍ରଦ୍ଧା ଓ ସମ୍ମାନ ରଖିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ । ମାତୃଭାଷାକୁ ଭଲପାଇବା ଓ ତାହାପ୍ରତି ପ୍ରୀତି ବଜାୟ ରଖିବା ଉଚିତ୍।
Celebrating International Mother Language Day in a unique way


ହରିଚନ୍ଦନପୁର, ୨୧ ଫେବୃଆରୀ (ହି.ସ.)- ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଭାଷାରେ ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା । ମାତୃଭାଷା ପ୍ରତି ଶ୍ରଦ୍ଧା ଓ ସମ୍ମାନ ରଖିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ । ମାତୃଭାଷାକୁ ଭଲପାଇବା ଓ ତାହାପ୍ରତି ପ୍ରୀତି ବଜାୟ ରଖିବା ଉଚିତ୍। ବିଶେଷ କରି ଆଜିର ଶିଶୁମାନେ ମାତୃଭାଷାର ମହତ୍ତ୍ଵ ଓ ତାର ଗାରିମାକୁ ଭଲଭାବେ ହୃଦବୋଧ କରିବାର ଆବଶ୍ୟକତା ରହିଛି । ଆଧୁନିକତାକୁ ଦ୍ୱାହି ଦେଇ ମାତୃଭାଷାକୁ କ୍ରମେ କ୍ରମେ ଅବହେଳା କରିବା ସମସ୍ତଙ୍କୁ ମର୍ମାହତ କରୁଅଛି । ଏପରି ସ୍ଥଳେ ଏହାର ଗୁରୁତ୍ୱକୁ ବୁଝି ତାହା ପ୍ରତି ପ୍ରୀତି, ଶ୍ରଦ୍ଧା ଓ ସମ୍ମାନ ରଖି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଳାପାଟ ଠାରେ ଅଭିନବ ଉପାୟରେ 'ଅନ୍ତର୍ଜାତୀୟ ମାତୃଭାଷା ଦିବସ ' ପାଳନ ହୋଇଯାଇଅଛି । ଶିଶୁ ମାନେ କିପରି ମାତୃଭାଷା ପ୍ରତି ଶ୍ରଦ୍ଧା ରଖିବା ସହିତ ତାକୁ ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବେ ଓ ମାତୃଭାଷାର ମୂଲ୍ୟବୋଧକୁ ହୃଦୟଙ୍ଗମ କରିପାରିବେ ସେ ବିଷୟରେ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ଶିଶୁ ସାହିତ୍ୟିକ କ୍ଷମାକର ବେହେରା ଆଲୋଚନା କରିଥିଲେ । ଏହି ପବିତ୍ର ଦିବସରେ ଓଡ଼ିଆ ଭାଷାରେ 'ଆମ ଗୀତ ଆମ ଗପ' ନାମରେ ଏକ ପ୍ରାଚୀର ପତ୍ର ପ୍ରକାଶ କରାଯାଇଅଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୀତାରାନୀ ମହାନ୍ତ ଏହାକୁ ଉନ୍ମୋଚନ କରିଥିଲେ । ଏଥିରେ ପିଲାମାନଙ୍କର ସ୍ୱ ରଚିତ କବିତା ଓ ଗଳ୍ପ ପ୍ରଭୃତି ସ୍ଥାନ ପାଇଛି। ପ୍ରାଚୀର ପତ୍ରର ସମ୍ପାଦକ ଶିକ୍ଷକ କ୍ଷମାକର ବେହେରା ଏହାକୁ ସମ୍ପାଦନ କରିଥିଲେ ।

ଏହି ଅବସରଟିକୁ ସ୍ଵତନ୍ତ୍ର କରିବା ଦିଗରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମହାନ୍ତ, ସହକାରୀ ଶିକ୍ଷକ ତପନ କୁମାର ବେହେରା, କସ୍ତୁରୀ ନାୟକ, ଆଶୁତୋଷ ଶଙ୍ଖୁଆ, ଆସ୍ପେୟାର ସହଯୋଗୀ ରଶ୍ମି ରଞ୍ଜିତା ପାତ୍ର, ଉପ ସଭାପତି ବାବୃବହାନ ନାୟକ ତଥା ବିଦ୍ୟାଳୟ କମିଟି ଓ ଅଭିଭାବକ ଆଦି ସହଯୋଗ କରିଥିଲେ । ଆଜିର ଦିବସଟିକୁ ସ୍ମରଣୀୟ କରିବା ପାଇଁ ଏହି ଦିବସରେ ସୁନ୍ଦର୍ ହସ୍ତାକ୍ଷର ଲିଖନ, ଗଳ୍ପ ଓ କବିତା ଲିଖନ, ରଚନା ଲିଖନ, ବକ୍ତୃତା ଆଦି କାର୍ଯ୍ୟକ୍ରମ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରେମାନନ୍ଦ


 rajesh pande