କେନ୍ଦ୍ରାପଡ଼ା ତହସିଲରେ ରାଜସ୍ୱ ଜନଶୁଣାଣି ଶିବିର ଅନୁଷ୍ଠିତ
କେନ୍ଦ୍ରାପଡ଼ା,୨୧ ଫେବୃଆରୀ(ହି.ସ.) – କେନ୍ଦ୍ରାପଡ଼ା ତହସିଲରେ ଜିଲ୍ଲାପାଳଙ୍କ ରାଜସ୍ୱ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରୀଷ୍ଣ ଜେନା ତହସିଲଦାର କୁଇନ ଜେନା, ଅତିରିକ୍ତ ତହସିଲଦାର ସାଗରିକା ସେଠୀ, ନିରଋଞ୍ଜନ ଗୁରୁ ପ୍ରମୁଖ ଉପସ୍ଥିତ ରହି ଶତାଧିକ
କେନ୍ଦ୍ରାପଡା ତହସିଲ ରେ ରାଜସ୍ୱ ଜନ ଶୁଣାଣି ଶିବିର ଅନୁଷ୍ଠିତ


କେନ୍ଦ୍ରାପଡ଼ା,୨୧ ଫେବୃଆରୀ(ହି.ସ.) – କେନ୍ଦ୍ରାପଡ଼ା ତହସିଲରେ ଜିଲ୍ଲାପାଳଙ୍କ ରାଜସ୍ୱ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରୀଷ୍ଣ ଜେନା ତହସିଲଦାର କୁଇନ ଜେନା, ଅତିରିକ୍ତ ତହସିଲଦାର ସାଗରିକା ସେଠୀ, ନିରଋଞ୍ଜନ ଗୁରୁ ପ୍ରମୁଖ ଉପସ୍ଥିତ ରହି ଶତାଧିକ ରାଜସ୍ୱ ଜନ ଶୁଣାଣି କରିଥିଲେ। ଏହି ଜନ ଶୁଣାଣି ଶିବିରରେ ଘରବାରି, ମାପ, ବସୁନ୍ଧରା ଯୋଜନାରେ ଘରବାରି ପ୍ରଦାନ, ରେକର୍ଡ ସଂଶେଧନ, ଦାଖଲ ଖାରଜ ମାମଲା ଆଦି ଶୁଣାଣି ହୋଇଥିଲା। ୧୦ଗୋଟି ଅଭିଯୋଗ ତୁରନ୍ତ ଫଏସଲା ହୋଇଥିବାବେଳେ ଅନ୍ୟ ଅଭିଯୋଗ ଗୁଡିକୁ ତ୍ୱରିତ ଫଏସଲା କରିବା ପାଇଁ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ଜେନା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରାପଡା ତହସିଲ ଅଧିନରେ ଏହି ଶୁଣାଣି ଶିବିରକୁ ଆସିଥିବା ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଂଟନ କରାଯାଇ ଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande