ରାଜ୍ୟର ଶତାଧିକ ରେଞ୍ଜ ଅଫିସ ସମ୍ମୁଖରେ କେନ୍ଦୁପତ୍ର ଶ୍ରମିକଙ୍କ ଗଣଧାରଣା ଆରମ୍ଭ
ସମ୍ବଲପୁର, ୨୧, ଫେବ୍ରୁଆରୀ (ହି.ସ.) ଆଜି ପୂର୍ବ ଘୋଷଣା ଅନୁସାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟର ୨୦ ଟି ଜିଲ୍ଲାରେ ଶତାଧିକ ରେଞ୍ଜ ଅଫିସ ଓ ଡିଏଫ୍ଓ ଅଫିସ ସମ୍ମୁଖରେ ଶହ ଶହ ତୋଳାଳୀ, ସିଜିନାଲ କର୍ମଚାରୀ ଏବଂ ଆନୁସଙ୍ଗିକ ଶ୍ରମିକ ମାନେ ସେମାନଙ୍କ ଦାବୀ ପୂରଣରେ ଆହେତୁକ ଅବହେଳ
ରାଜ୍ୟର  ଶତାଧିକ ରେଞ୍ଜ ଅଫିସ ସମ୍ମୁଖରେ କେନ୍ଦୁପତ୍ର ଶ୍ରମିକଙ୍କ ଗଣଧାରଣା ଆରମ୍ଭ


ରାଜ୍ୟର  ଶତାଧିକ ରେଞ୍ଜ ଅଫିସ ସମ୍ମୁଖରେ କେନ୍ଦୁପତ୍ର ଶ୍ରମିକଙ୍କ ଗଣଧାରଣା ଆରମ୍ଭ


ସମ୍ବଲପୁର, ୨୧, ଫେବ୍ରୁଆରୀ (ହି.ସ.) ଆଜି ପୂର୍ବ ଘୋଷଣା ଅନୁସାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟର ୨୦ ଟି ଜିଲ୍ଲାରେ ଶତାଧିକ ରେଞ୍ଜ ଅଫିସ ଓ ଡିଏଫ୍ଓ ଅଫିସ ସମ୍ମୁଖରେ ଶହ ଶହ ତୋଳାଳୀ, ସିଜିନାଲ କର୍ମଚାରୀ ଏବଂ ଆନୁସଙ୍ଗିକ ଶ୍ରମିକ ମାନେ ସେମାନଙ୍କ ଦାବୀ ପୂରଣରେ ଆହେତୁକ ଅବହେଳାର ପ୍ରତିବାଦରେ ଦୁଇ ଦିନିଆ ଗଣ ଧାରଣା ଆରମ୍ଭ କରିଛନ୍ତି । ମାଲକାନଗିରି ଜିଲ୍ଲାରୁ ଆରମ୍ଭ କରି କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଢେଙ୍କାନାଳ, ଫୁଲବାଣୀ, ବୌଦ, ମାଲକାନଗିରି, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ଅନୁଗୋଳ, ବରଗଡ଼, ବଲାଙ୍ଗୀର, କୋରାପୁଟ, ନବରଙ୍ଗପୁର,କଳାହାଣ୍ଡି,ସୋନପୁର, ରାୟଗଡ଼ା ପ୍ରଭୁତି ୨୦ ଟି ଜିଲ୍ଲାରେ ଅଧିକାଂଶ ରେଞ୍ଜରେ କେନ୍ଦୁପତ୍ର ଶ୍ରମିକ - ତୋଳାଳୀ ମାନେ ପ୍ଲାୟ କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଗଣ ଧାରଣା ସହିତ ରେଞ୍ଜ ଅଫିସର ଓ ଡି ଏଫ୍ ଓ ମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ମାନ ଦେଇଛନ୍ତି ।

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ବିଜୟ କୁମାର ମହାନ୍ତି କହିଛନ୍ତି ଯେ,ରାଜ୍ୟର ଶତାଧିକ ରେଞ୍ଜ ଅଫିସ ମାନଙ୍କରେ ଏହି ଗଣଧାରଣା କାର୍ଯ୍ୟକ୍ରମ ଆଶାଦିତ ଭାବରେ ସଫଳ ହୋଇଛି ଏବଂ ଆନ୍ଦୋଳନରେ ହଜାର ହଜାର ଶ୍ରମିକ ତୋଳାଳୀ ଅଂଶ ଗ୍ରହଣ କରି ସରକାରଙ୍କ ଅବହେଳାର ତୀବ୍ର ପ କରିଛନ୍ତି। ଦାବୀ ଆଗାମୀ ୨୭ ତାରିଖ ସୁଦ୍ଧା ପୂରଣ ନ ହେଲେ ଲକ୍ଷାଧିକ ତୋଳାଳୀ କର୍ମଚାରୀଙ୍କୁ ନେଇ ରାସ୍ତା ରୋକ୍ ପାଇଁ ସରକାରଙ୍କୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande