
ସମ୍ବଲପୁର, ୨୧, ଫେବ୍ରୁଆରୀ (ହି.ସ.) - ଡା. ରାସେଶ୍ୱରୀ ପାଣିଗ୍ରାହୀ ଥିଲେ ଦେବୀ ସ୍ୱରୂପା। ଉଭୟ ସମାଜ ସେବା ଓ ଧର୍ମକାର୍ଯ୍ୟର ଏକ ସୁନ୍ଦର ସମନ୍ୱୟ ତାଙ୍କ ବ୍ୟକ୍ତିତ୍ୱରେ ରହିଥିଲା। ପୃଷ୍ଟପୋଷକତା ସହ ଅଭିଭାବକତ୍ୱର ମହତ ଗୁଣନେଇ ସେ ସମାଜ ସେବାରେ ନିଜକୁ ଆଜୀବନ ନିୟୋଜିତ କରି ରଖିଥିଲେ ବୋଲି ଆଜି ଡା. ରାସେଶ୍ୱରୀ ପାଣିଗ୍ରାହୀ ସ୍ମୃତିରେ ଆଜି ଡା. ରାସେଶ୍ୱରୀ ପାଣିଗ୍ରାହୀ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ତପସ୍ୱିନୀ ଜିଲ୍ଲା ପ୍ରେକ୍ଷାଳୟଠାରେ ଆୟୋଜିତ ସଭାରେ ଆଲୋଚନା ହୋଇଥିଲା। ସଭାରେ ଟ୍ରଷ୍ଟ ସଭାପତି ପ୍ର. ଶଙ୍କର ପ୍ରସାଦ ପତିଙ୍କ ସମେତ ବରିଷ୍ଠ ଶିକ୍ଷାବିତ ଅରବିନ୍ଦ ମହାପାତ୍ର,ଟ୍ରଷ୍ଟର ବରିଷ୍ଠ ମହିଳା ସଦସ୍ୟା ଡ. ନିରୂପମା ବଡପଣ୍ଡା,ସଂସ୍କୃତିବିତ ଡ. ଶ୍ୟାମ ସୁନ୍ଦର ଧର ଓ ବରିଷ୍ଠ ସମାଜସେବୀ ପ୍ରଫୁଲ୍ଲ କୁମାର ହୋତାଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ଗଠିତ କରାଯାଇ ସଭାକାର୍ଯ୍ୟକୁ ଆଗେଇ ନିଆଯାଇଥିଲା। ଟ୍ରଷ୍ଟର ସଦସ୍ୟ ଶିବଶଙ୍କର ନନ୍ଦଙ୍କ ସଂଯୋଜନାରେ ହୋଇଥିବା ଏହି ସଭାରେ ହୀରାଖଣ୍ଡ ନାଗରିକ ପରିଷଦ,ସମ୍ବଲପୁର ବରିଷ୍ଠ ନାଗରିକ ସମାଜ,ଧନକଉଡା ବରିଷ୍ଠ ନାଗରିକ ସଂଘ,ଜଗନ୍ନାଥ ମନ୍ଦିର ବରିଷ୍ଠ ନାଗରିକ ସଂଘ,ନାରୀସେବା ସଂଘ,ମାରୱାଡି ମହିଳା ସଂଘ,ସତ୍ୟସାଇ ସେବା ସଂଘ,ସମ୍ବଲ,ଉତ୍କଳ ପ୍ରାଦେଶିକ ମାରୱାଡି ସଂଘ,କୋଶଳ ବ୍ୟବସାୟୀ ସଂଘ,ଯୁବ ଉଦୟନ,ଭୀମ ଭୋଇ ସାହିତ୍ୟ ସଂସଦ,ସମ୍ବଲପୁର କଳା ପରିଷଦ,ପଣ୍ଡିତ ଲକ୍ଷ୍ମୀନାରାୟଣ ସାଂସ୍କୃତିକ ସମାଜ,ମାଁ ଲିମସରିଏନ ଯୁବକ ସଂଘ,ଉକିଆ,ଚେତନା ନାଟ୍ୟ ଅନୁଷ୍ଠାନ,ଇଣ୍ଡିଏନ ମେଡିକାଲ ଏସୋସିଏସନ ସମ୍ବଲପୁର,ସଣ୍ଡେଗ୍ରୁପ,ସାକ୍ଷୀପଡା ଇଦ୍ଗାହ କମଟୀ,ଓଡିଶା ସାଂସ୍କୃତିକ ସମାଜ,ଶ୍ରୀକୃଷ୍ଣ ଗୋଶାଳା,ଜିଲ୍ଲା ଓକିଲ ସଂଘ,ପାତଞ୍ଜଳି ଯୋଗ ସମିତି, ଅଲ୍ ହଜଜରତ ୱେଲଫେୟାର କମିଟି,ଆଚାର୍ଯ୍ୟ ସମାଜ,ଆଦର୍ଶ ଅନୁଷ୍ଠାନ, ସମ୍ବଲପୁର ବସ ଏସୋସିଏସନ,ସମ୍ବଲପୁର ଟ୍ରକ ଏସୋସିଏସନ,ଗାୟତ୍ରୀ ପରିବାର,ଚିତ୍ରଗୁପ୍ତ କଲ୍ୟାଣ ସଂଘ,ଲହରି,ଓଡିଶା ମେଡିକାଲ ଏସୋସିଏସନ,କହଁର,କଳା ଓ କଳାକାର,ଏବିସିଡି ଅନୁଷ୍ଠାନ,ସୋସିଆଲ ଷ୍ଟାର କ୍ଲବ,ଅନାମିକା,ଉତ୍ସର୍ଗ, ଲାଏନ୍ସ କ୍ଲବ ସେଂଟ୍ରାଲ, ଯାଦବ ସଂଘ,ଗୁଜରାଟି ସମାଜ,ସମଲେଶ୍ୱରୀ ଯୁବକ ସଂଘ,ରୋଟାରୀ କ୍ଲବ,ଜ୍ୟୋତି,କଖଗ,ସମ୍ବଲପୁର ପବ୍ଲିକ ଲାଇବ୍ରେରି, ଭାଗବତ ନନ୍ଦ ସ୍ମୃତି ସମିତି,ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ,ମାଁ ମହାମାୟା ବ୍ୟବସାୟୀ ସଂଘ,ଚେମ୍ବର୍ ଅଫ୍ କମର୍ସ,ସମ୍ବଲପୁରୀ ଲେଖକ ପରିଷଦ,ଅନ୍ୟା,ବସୁମତୀ ସାହିତ୍ୟ ସଂସଦ, କାଲିବାଡି ସାଂସ୍କୃତିକ ସଂଘ, ସାଓଲିଙ୍ଗ କୁଂଫୁ ଏସୋସିଏସନ, ପରିଚୟ,ସମ୍ବଲପୁରୀ ଧନୁଯାତ୍ରା କମିଟି,ସମ୍ବଲପୁର ନାଟ୍ୟକଳା ପରିଷଦ,ନାଟନାଟୁଆ, ସେତୁ, ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ, ପଶ୍ଚିମାଂଚଳ ଏକତା ମଂଚ,ଶ୍ରୀନିବାସ ଚେରିଟେବୁଲ ଟ୍ରଷ୍ଟ, ସମ୍ବଲପୁର ଶ୍ରମିକ କର୍ମଚାରୀ ସମନ୍ୱୟ ସମିତ ସମିତି ଭଳି ସମ୍ବଲପୁରର ପଂଚଷଠିରୁ ଊର୍ଦ୍ଧ୍ୱ ଅନୁଷ୍ଠାନର କର୍ମକର୍ତାମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଜେ. ଗିରିଜା ଦେବୀ,ଡା ଅଶୋକ କୁମାର ପଣ୍ଡା,ଡା ତନ୍ମୟ ପାଢୀ,ସୁରେଶ୍ୱର ମିଶ୍ର, ଡା. ଗୁଣସାଗର ଦାଶ,ସିଦ୍ଧାର୍ଥ ଦାଶ,ଜୟଦେବ ବଗର୍ତି, ଡା. ଲୁରାବତୀ ନାୟକ, ଟ୍ରଷ୍ଟ ସମ୍ପାଦକ ସୁଧୀର ପୂଜାରୀ,କବିତା ପୁରୋହିତ,ରାମଦାସ ପଣ୍ଡା, ସୁଧୀର ପଣ୍ଡା ପ୍ରମୁଖ ସ୍ୱର୍ଗତ ଡା. ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରିଥିଲେ। ଡା. ପାଣିଗ୍ରାହୀଙ୍କ ସ୍ମୃତିରକ୍ଷା ସକାଶେ ବୁଡାରଜା ଶାନ୍ତିନଗର ରାସ୍ତାକୁ ତାଙ୍କ ନାମରେ ନାମିତ କରିବା ସହ ତାଙ୍କ ନାମରେ ସମ୍ବଲପୁରରେ ଏକ ଅତ୍ୟାଧୁନିକ ମଲ୍ଚି ସ୍ପେସିଆଲିଟି ଡାକ୍ତରଖାନା ନିର୍ମାଣ ନିମନ୍ତେ ସଭାରେ ମତ ପ୍ରକାଶ ପାଇଥିଲା। ସଭାରେ ବହୁ ସଂଖ୍ୟାରେ ସମ୍ବଲପୁରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ସଭା ପୂର୍ବରୁ ଡା.ପାଣିଗ୍ରାହୀ ଏବଂ ନିକଟରେ ପରଲୋକ ଗମନ କରିଥିବା ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେରଙ୍କ ଅମନ ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ