
କେନ୍ଦ୍ରାପଡ଼ା,୨୧ ଫେବୃଆରୀ(ହି.ସ.) – କେନ୍ଦ୍ରାପଡ଼ା ରାଜକନିକା ସପ୍ତମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଘଟଣାରେ ତଦନ୍ତବେଳେ ଏହା ସାମନାକୁ ଆସିଛି। ଛାତ୍ରୀ ଜଣଙ୍କ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ସମୟରୁ ହିଁ ତାଙ୍କୁ ଶୋଷଣ କରୁଥିଲେ ଶିକ୍ଷକ। ତେବେ ଘଟଣା ସମ୍ପର୍କରେ ଗତ ଜାନୁଆରୀ ୧୪ ତାରିଖରେ ଛାତ୍ରୀ ନିଜ ପରିବାରକୁ ଜଣାଇଥିଲେ। ଫେବୃଆରୀ ୧୮ ତାରିଖରେ ଛାତ୍ରୀଙ୍କ ପରିବାର ଏ ନେଇ ଜିଲା ଶିଶୁ ମଙ୍ଗଳ କମିଟି ନିକଟରେ ଅଭିଯୋଗ କରିଥିଲେ। ପରଦିନ ଅର୍ଥାତ୍ ୧୯ ତାରିଖରେ କମିଟିର ଏକ ୪ ଜଣିଆ ଟିମ୍ ସ୍କୁଲରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସ୍ୱାଗତିକା ପାତ୍ରଙ୍କ ସୂଚନା ଅନୁଯାୟୀ ଗତ ଏକ ମାସ ଧରି ଛାତ୍ରୀ ଜଣଙ୍କ ସ୍କୁଲ ଯାଇ ନାହିଁ। ଘଟଣାର ତଦନ୍ତ ଚାଲିଛି, ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସେ ସୂଚନା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଗତ ଜାନୁଆରୀ ୧୪ ତାରିଖରେ ପିଡିତା ଛାତ୍ରୀ ଘରେ କହିବା ଦିନ ଠାରୁ ସ୍କୁଲକୁ ଆଜି ପର୍ୟ୍ୟନ୍ତ ଯାଇନାହାନ୍ତି। ତେବେ ରାଜକନିକା ଥାନାରେ ପରିବାର ଲୋକେ ଏତଲା ଦେବା ପରେ କେନ୍ଦ୍ରାପଡା ଏସପି ଘଟାଣାକୁ ସମ୍ବେଦନଶୀଳ ଭାବରେ ନେଇଛନ୍ତି। ୪ ଜଣ ଶିକ୍ଷକ ସମେତ ୫ ଜଣଙ୍କୁ ଅଟକ ରଖିଛି ରାଜକନିକା ପୋଲିସ। ଏହି ଘଟଣାର ତଦନ୍ତ ଏସିପି ନିଜେ ତଦାରଖ କରିବେ ବୋଲି କହିଛନ୍ତି। ଏସପିଙ୍କ ସହ କେନ୍ଦ୍ରାପଡା ପୋଲିସର ଏକ ଉଚ୍ଚ ସ୍ତରୀୟ କମିଟି ଅତିରିକ୍ତ ଏସପି ଓ ଜଣେ ମହିଳା ଡିଏସପି ଘଟଣାର ତଦନ୍ତ ଭାର ନେଇଛନ୍ତି ବୋଲି ଏସିପି ସିଦ୍ଧାର୍ଥ କଟାରିଆ ସୁଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି