ସାଉଦି ଆରବରେ ଓଡିଆ ଯୁବକ ମୃତ
ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସାଉଦି ଆରବରେ ମୃତ ଓଡିଆ ଯୁବକ ପ୍ରମୋଦ ସାହୁଙ୍କ ମରଶରୀର ଶନିବାର ତାଙ୍କ ଜନ୍ମମାଟିରେ ପହଞ୍ଚିଛି। ପରମେଶ୍ୱରଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ସାଉଦି ଆରବରେ ଅବସ୍ଥାପିତ
ସାଉଦି ଆରବରେ ଓଡିଆ ଯୁବକ ମୃତ


ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସାଉଦି ଆରବରେ ମୃତ ଓଡିଆ ଯୁବକ ପ୍ରମୋଦ ସାହୁଙ୍କ ମରଶରୀର ଶନିବାର ତାଙ୍କ ଜନ୍ମମାଟିରେ ପହଞ୍ଚିଛି। ପରମେଶ୍ୱରଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଶ୍ରୀ ପଣ୍ଡା ଏକ ପତ୍ର ଲେଖି ନିବେଦନ କରିଥିଲେ ।

ସୂଚନାଯୋଗ୍ୟ, କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ କୂଳସମିତାଙ୍ଗ ଗ୍ରାମର ବିପିନ ବିହାରୀ ସାହୁଙ୍କ ପୁଅ ପ୍ରମୋଦ ସାହୁ ସାଉଦି ଆରବର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେଠାରେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥବା କମ୍ପାନୀ କତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ। ପ୍ରମୋଦଙ୍କ ପତ୍ନୀ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ସହ ବକେୟା ପ୍ରାପ୍ୟ ଯୋଗାଇଦେବାକୁ ନିବେଦନ କରିଛନ୍ତି। ଆଜି ମରଶରୀର ଜନ୍ମମାଟିକୁ ଫେରିବା ପରେ ପୁରା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସାଂସଦ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ଯୁବ ନେତା ସତ୍ୟବାଦୀ ଚଇନି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକଶଂତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଦୂତାବାସର ତ୍ୱରିତ ପଦକ୍ଷେପ ପାଇଁ ଶ୍ରୀ ପଣ୍ଡା ଧନ୍ୟବାଦ ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande