ପୂର୍ବତନ ଉପାଧ୍ୟକ୍ଷଙ୍କ ଯୁକ୍ତି ଭିତ୍ତିହିନ ପୌର ଦୁର୍ନିତିର ପ୍ରମାଣ ଦେଖାଇଦେଲେ ପଦବି ଛାଡିଦେବି : ପୌରାଧ୍ୟକ୍ଷ
ଜୟପୁର, ୨୧ ଫେବୃଆରୀ (ହି.ସ.)- ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ଜଗନ୍ନାଥ ସାଗର ଦୁର୍ନିତି ବିରୁଦ୍ଧରେ ଜୟପୁରର ପୌରାଧ୍ୟକ୍ଷ କିମ୍ବା ବିଧାୟକ ମୁହଁ ଖୋଲୁ ନାହାନ୍ତି ବୋଲି ଯେଉଁ ପ୍ରେସ ବିବୃତି ଦେଇଥିଲେ ସେ ନେଇ ଆଜି ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ମୁହଁ ଖୋଲିଛନ୍ତି। ଆଜି ସ୍ଥାନୀୟ
ପୂର୍ବତନ ଉପାଧ୍ୟକ୍ଷ ଯୁକ୍ତି ଭିତ୍ତିହିନ ପୌର ଦୁର୍ନିତିର ପ୍ରମାଣ ଦେଖାଇଦେଲେ ପଦବି ଛାଡିଦେବି: ପୌରାଧ୍ୟକ୍ଷ


ଜୟପୁର, ୨୧ ଫେବୃଆରୀ (ହି.ସ.)- ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ଜଗନ୍ନାଥ ସାଗର ଦୁର୍ନିତି ବିରୁଦ୍ଧରେ ଜୟପୁରର ପୌରାଧ୍ୟକ୍ଷ କିମ୍ବା ବିଧାୟକ ମୁହଁ ଖୋଲୁ ନାହାନ୍ତି ବୋଲି ଯେଉଁ ପ୍ରେସ ବିବୃତି ଦେଇଥିଲେ ସେ ନେଇ ଆଜି ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ମୁହଁ ଖୋଲିଛନ୍ତି। ଆଜି ସ୍ଥାନୀୟ କ˚ଗ୍ରେସ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ˚ଗ୍ରେସ କମିଟି ସଭାପରି ରୁପକ ତୁରୁକୁ, ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଯୋଗଦେଇ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି। ଶ୍ରୀ ତୁରୁକୁ ବିଜେଡିର ନେତା ମାନେ କ˚ଗ୍ରେସ ଦଳକୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି। ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଆସୁଥିବା ଯୋଗୁଁ କ˚ଗ୍ରେସ ଦଳ ତଥା ଦଳର ନେତା ମାନଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି। ପୌରାଧ୍ୟକ୍ଷଙ୍କ ବିରୁଦ୍ଧରେ ଯାହା ସବୁ ଅଭିଯୋଗ କରିଛନ୍ତି ତାହା ମିଥ୍ୟା ଅଟେ। ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି କହିଛନ୍ତି, ଜୟପୁର ସହରର ପ୍ରଥମ ନାଗରିକ ଭାବେ ପରିଚିତ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଜୟପୁର ବାସୀଙ୍କ ବିଶ୍ବାସକୁ ଭାଙ୍ଗି ଦେଇଛନ୍ତି ବୋଲି ମୁନା ରଥ ଯେଉଁ ଯୁକ୍ତି ବାଢିଥିଲେ ତାହା ସ˚ପୂର୍ଣ୍ଣ ମିଥ୍ୟା ଅଟେ। କ˚ଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଆସିବା ଦିନଠାରୁ ଜୟପୁର ସହରରେ ଅନେକ ଗୁଡିଏ ଉନ୍ନତିମୂଳକ କାର୍ଯ୍ୟ ହୋଇଛି। ବିଜେଡିର ଅଧ୍ୟକ୍ଷ ପୌରାଧ୍ୟକ୍ଷ ମାନେ ଯେଉଁ କାମ କରିନଥିଲେ ତାହା କ˚ଗ୍ରେସ ବିଧାୟକ ଓ ପୌରାଧ୍ୟକ୍ଷ କରିଦେଖାଇଛନ୍ତି। ଜଗନ୍ନାଥ ସାଗରର ଟଙ୍କା ଲୁଟି ଖାଇଛନ୍ତି ବୋଲି ଯେଉଁ ଆକ୍ଷେପ କରିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ ଯଦି ଏହାର ପ୍ରମାଣ ଦେଖାଇ ଦିଅନ୍ତି ତେବେ ମୁଁ ପୌରାଧ୍ୟକ୍ଷ ପଦବିରୁ ଇସ୍ତଫା ଦେଇଦେବି ବୋଲି କହିଛନ୍ତି।

ଜଗନ୍ନାଥ ସାଗର ପୁନଃ ଉଦ୍ଧାର ପାଇଁ ୧୫ କୋଟି ଟଙ୍କା ଆସିଥିଲା। ସେଥିରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୫ କୋଟି୬୫ ଲକ୍ଷ ଟଙ୍କା ସ୍ବୟ˚ସହାୟକ ଗୋଷ୍ଠୀଙ୍କୁ କାର୍ଯ୍ୟ କରିବା ପାଇଁ ଦିଆଯାଇଥିଲା। ବିଜେଡି ସରକାର ବଦଳିବା ପରେ ପୁଣିଥରେ ୯ କୋଟି ୪୫ ଲକ୍ଷ ଟଙ୍କାର ଟେଣ୍ତର ଡକାଗଲା ଏବ˚ କାମ ମଧ୍ୟ କରାଗଲା। ସ୍ବୟ˚ ସହାୟକ ଗୋଷ୍ଠୀ ମାନେ ଜଗନ୍ନାଥ ସାଗର ଟଙ୍କା ହଡପ କରିଛନ୍ତି ବୋଲି କହିବା ମିଥ୍ୟା ଅଟେ। ଜଗନ୍ନାଥ ସାଗର ଏକ କାମଧେନୁ ଗାଇ ବୋଲି ପୂର୍ବତନ ଉପାଧ୍ୟକ୍ଷ ମୁନା ରଥ ଯେଉଁ ସମ୍ବୋଧନ କରିଥିଲେ ତାହା ସେମାନଙ୍କ ପାଇଁ ପ୍ରଯୁଜ୍ୟ ଥିଲା। ସେମାନେ ପ୍ରତିବର୍ଷ ୨୦ ଲକ୍ଷ ଟଙ୍କା ଜଗନ୍ନାଥ ସାଗରରେ ମାଛ ଚାଷ କରିବୁ ବୋଲି ନେଉଥିବା ବେଳେ ସଫେଇ କାମ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ। ହାଇକୋର୍ଟରେ ମିଥ୍ୟା ସପଥ ପାଠ ମାଧ୍ୟମରେ ବିଶାଖାପାଟଣାର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ରିପୋର୍ଟ ପ୍ରଦାନ କରିଥିବା ଖବର ନେଇ ପୌରାଧ୍ୟକ୍ଷଙ୍କୁ ପ୍ରଶ୍ନ କରିବାରୁ ସେ ଏନେଇ କିଛି ଉତ୍ତର ଦେଇନଥିଲେ । ଦରକାର ପଡିଲେ ମୁଁ ନ୍ୟାୟାଳୟ ସମ୍ମୁଖରେ ସମସ୍ତ ଦସ୍ତାବିଜ ଉପସ୍ଥାପନ କରିବି ବୋଲି କହିଥିଲେ। ପୌରସ˚ସ୍ଥାର ସରକାରୀ କାର୍ଯ୍ୟକ୍ରମରେ କିଭଳି ଉପସ୍ଥିତ ରହି ସଭା ଏବ˚ ଅନ୍ୟାନ୍ୟ କାର୍ଯ୍ୟ କରିଥିଲେ ଏବ˚ ଏହି ବାବଦରେ ଗାଡିରେ ପେଟ୍ରୋଲ ଓ ଡିଜେଲ ବାବଦକୁ କିପରି ପୌରପାଳିକା ପକ୍ଷରୁ ଟଙ୍କା ପୈଠ କରାଯାଇଛି ବୋଲି ଯେଉଁ ଅଭିଯୋଗ କରାଯାଇଛି ତାହା ମଧ୍ୟ ଭୁଲ୍ ଅଟେ। ପୂର୍ବତନ ଉପାଧ୍ୟକ୍ଷ ଦୀର୍ଘଦିନ ଧରି ପୌରପାଳିକାରେ ଟ୍ରାକ୍ଟର ଲଗାଇଥିଲେ। ପୌର ପାଳିକା ପକ୍ଷରୁ ତାହାକୁ କାଢିଦେବାରୁ ସେ ଔଷଧ ବିକଳରେ ତାଟିଆ କାମୁଡିବା ଭଳି ହେଉଛନ୍ତି। ପୂର୍ବରୁ ପୌରପାଳିକାର ଦୁର୍ନିତି ବିଷୟରେ ଭିଜିଲାନ୍ସ ତଦନ୍ତ କରୁଥିଲା ଏବ˚ ଅନେକ ଭୁଲ୍ ତଥ୍ୟ ମଧ୍ୟ ଧରା ପଡିଥିଲା କିନ୍ତୁ କେଉଁ ପୌରାଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ କିଏ ଇସ୍ତଫା ଦେଇଛନ୍ତି ତାହା ମୁନା ରଥ ସ୍ପଷ୍ଟ କରିବେ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ଯଦି ଟଙ୍କା ହଡପ କରିଥିବାର ପ୍ରକୃତ ତଥ୍ୟ ଉପସ୍ଥାପନ କଲେ ସେ ପୌରାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଦେବେ ବୋଲି କହିଥିଲେ। ନିର୍ବାଚନ ପୂର୍ବରୁ ବିଧାୟକ ସ୍ଥାନୀୟ ରଥପଡିଆ ଠାରେ ସାଧାରଣ ସଭାରେ ସମସ୍ତ ଜୟପୁର ବାସୀଙ୍କୁ କହିଥିଲେ ଯଦି ପୌର ଅଧ୍ୟକ୍ଷ ଶ୍ରୀ ମହାନ୍ତି କୌଣସି ଦୁର୍ନିତି କଲେ ତାଙ୍କୁ ତୁରନ୍ତ ପଦବୀରୁ ହଟାଇବାକୁ ଦାବି କରିବେ ବୋଲି କହିଥିଲେ। ଏହା ସତ ତେଣୁ ତଥ୍ୟ ଓ ପ୍ରମାଣ ଦେଖାନ୍ତୁ ବିଧାୟକ ନୁହଁ ମୁଁ ନିଜେ ଇସ୍ତଫା ଦେଇଦେବି ବୋଲି କହିଛନ୍ତି ଶ୍ରୀ ମହାନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ନିହାର ବିଷୋୟୀ, ବ୍ଲକ କ˚ଗ୍ରେସ ସଭାପତି ବସନ୍ତ ନାୟକ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande