ଆଂଚଳିକ ପରିବହନ କାର୍ଯ୍ୟାଳୟ ରେ କର୍ମଚାରୀ ବୈଠକ
କେନ୍ଦ୍ରାପଡ଼ା,୨୧ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ରେ କର୍ମଚାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ(ଆରଟିଓ) ଲୋକନାଥ ମେହେରଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ମାମଲା ଗୁଡିକର ସମାଧାନ କରା ଯାଇଥିଲା। ଏହି ବୈଠକରେ ଦ
-ଆଂଚଳିକ ପରିବହନ କାର୍ଯ୍ୟାଳୟ ରେ କର୍ମଚାରୀ ବୈଠକ


କେନ୍ଦ୍ରାପଡ଼ା,୨୧ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ରେ କର୍ମଚାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ(ଆରଟିଓ) ଲୋକନାଥ ମେହେରଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ମାମଲା ଗୁଡିକର ସମାଧାନ କରା ଯାଇଥିଲା। ଏହି ବୈଠକରେ ଦୀର୍ଘ ୧ ମାସ ଧରି ଚାଲିଥିବା ସଡକ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ସଂମ୍ପୂର୍ଣ୍ଣ ରୂପେ ସଫଳ ହୋଇଥିବାରୁ ଆରଟିଓ ଶ୍ରୀ ମେହେର କର୍ମର୍ଚାରୀଙ୍କୁ ଧନ୍ୟବାଦ ଦେଇଥିଲେ। ଜନ ସାଧାରଣଙ୍କୁ ସୂଚାରୁ ରୂପେ ସେବା ଯୋଗାଇବା ସହିତ ସେମାନଙ୍କୁ ସରକାରୀ ନିୟମ ବିଷୟରେ ଅବଗତ କରାଇବା, ଦୁର୍ଘଟଣାରୁ ବର୍ତିବା ପାଇଁ ହେଲମେଟ୍ ଓ ସିଟ୍ ବେଲ୍ଟ ନିଶ୍ଚିନ୍ତ ରୂପେ ବ୍ୟବହାର କରିବା ପାଇଁ ସଚେତନ କରେଇବା ଉପରେ ଆଲୋକପାତ କରିଥିଲେ। ଆୟୋଜିତ ଏହି ବୈଠକରେ ଟ୍ରାଫିକ ଇନିସପେକ୍ଟର ରାଜ ନାରାୟଣ ସ୍ୱାଇଁ, ମଟର ଯାନ ନିରୀକ୍ଷକ(ଏମବିଆଇ) କାଜଲ ପ୍ରଧାନ, କନିଷ୍ଠ ମଟର ଯାନ ନିରୀକ୍ଷକ ଶ୍ରୀକାନ୍ତ ଟୁଡୁଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande