
ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ଓଡ଼ିଶାରେ ଆସନ୍ତା ଏପ୍ରିଲ ୧ ତାରିଖରୁ ମତଦାତା ସୂଚୀରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର ଆରମ୍ଭ ହେବ । ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ସନ୍ଥଗୋପଲନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏଥିନେଇ ଏବେ ମ୍ୟାପିଂ ଜାରି ରହିଛି। ୨୦୦୨ ଏସଆଇଆର ତାଲିକାର ବିବରଣୀ ଯାଂଚ କରି ଜଣାଇବାକୁ ନିବେଦନ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ଓଡିଶାରେ କେଉଁମାନଙ୍କ ନାଁ ଇଲେକ୍ଟ୍ରୋରାଲ ରୋଲରେ ରହିବ କେତେ କଟିବ ସ୍ପଷ୍ଟ ହୋଇଯିବ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଇଲେକ୍ଟ୍ରୋରାଲ କ୍ଲିନ୍ ହେବା ଦରକାର। ଓଡ଼ିଶାରେ ଏସଆଇଆର ୪ଟି ପର୍ଯ୍ୟାୟରେ ଜୁଲାଇ ମାସ ପର୍ଯ୍ୟନ୍ତ ଚାଲିବ। ଇସିଆଇ ନେଟ୍ ଆପ୍ ରେ ଘରେ ବସି ସମସ୍ତେ ଅପଡେଟ ମଧ୍ୟ ଜାଣିପାରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା