
ଶ୍ରୀନଗର, 21 ଫେବ୍ରୁଆରି (ହି.ସ.)- ଶ୍ରୀନଗରର
ଦାଗପୋରା ଅଞ୍ଚଳରେ ଶନିବାର ଘଟିଥିବା ଏକ ସଡକ ଦୁର୍ଘଟଣାରେ ସିଆରପିଏଫର 7 ଜଣ ଯବାନ ଆହତ
ହୋଇଛନ୍ତି।
ଅଧିକାରୀମାନେ କହିଛନ୍ତି
ଯେ, ଏହି ଦୁର୍ଘଟଣା ଅହମଦ ନଗରର ଦାଗପୋରା ରୋଡ୍
ସ୍ଥିତ ଉମର ହେୟାର ଅଞ୍ଚଳରେ ଘଟିଥିଲା, ଯେତେବେଳେ ଏକ ବିପି ପେଟ୍ରୋଲ
ପମ୍ପ ଯାନର ଚାଳକ ନିୟନ୍ତ୍ରଣ ହରାଇଥିଲେ ଏବଂ ଯାନଟି ରାସ୍ତାରୁ ଖସି ନାଳରେ ପଡ଼ିଯାଇଥିଲା।
ଅଧିକାରୀମାନେ କହିଛନ୍ତି ଯେ, ଆହତ ଯବାନମାନଙ୍କୁ
ଏସକେଆଇଏମଏସ, ସୌରାକୁ ନେଇଯାଇଛି। ଆହତମାନଙ୍କ ପରିଚୟ ନାଗିନ୍ଦର ସିଂହ
(36), ଅଜିତ କୁମାର ରାମ (36), ରାଜ କିଶୋର
ରାୟ (40), ଅମିତ କୁମାର ଯାଦବ (38), ରାଜଧନ
ରାମ (55), ମାନକର କୁମାର (40) ଏବଂ ନୀରଜ କୁମାର (45) ଭାବେ ହୋଇଛି।
ସେମାନଙ୍କ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ସହ ଚୋଟ ଲାଗିଥିବା ବୋଲି କୁହାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା