
ୱାଶିଂଟନ, 21 ଫେବ୍ରୁଆରି (ହି.ସ.)- ଆମେରିକା
ସୁପ୍ରିମକୋର୍ଟଙ୍କ ରାୟ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 10 ପ୍ରତିଶତ ବିଶ୍ୱବ୍ୟାପୀ
ଟାରିଫ୍ ଲାଗୁ କରିବାକୁ ଆଦେଶ ଜାରି କରିଛନ୍ତି, ଯାହା ତୁରନ୍ତ ପ୍ରଭାବୀ ହେବ। ବର୍ତ୍ତମାନ ଚାଲୁଥିବା ଆମେରିକୀୟ ଟାରିଫ୍ ସହିତ ଏହି
ଅତିରିକ୍ତ ଶୁଳ୍କ ଭାରତ ସହ ସମସ୍ତ ଦେଶକୁ ପ୍ରଭାବିତ କରିବ।
ସମ୍ପ୍ରତି ଦିନଗୁଡିକରେ
ଲାଗୁ ହୋଇଥିବା ଟାରିଫ୍ଗୁଡିକୁ ଅସଂବିଧାନିକ ବୋଲି ଘୋଷଣା କରିବା ପରେ, 21 ଫେବୃଆରୀରେ ରାଷ୍ଟ୍ରପତି ଟ୍ରମ୍ପ ସମସ୍ତ ଦେଶ
ଉପରେ 10 ପ୍ରତିଶତ ବିଶ୍ୱ ଟାରିଫ୍ ଲାଗୁ କରିବା ସମ୍ବନ୍ଧୀୟ ଆଦେଶ ଜାରି କରିଥିଲେ। ହ୍ୱାଇଟ
ହାଉସ ‘ଟ୍ରୁଥ ସୋସିଆଲ୍’ ଉପରେ ଜାରି
ହୋଇଥିବା ଟ୍ରମ୍ପଙ୍କ ପୋଷ୍ଟକୁ ସେୟାର କରିଥିଲା, ଯେଉଁଥିରେ
ରାଷ୍ଟ୍ରପତି ସମସ୍ତ ଦେଶ ଉପରେ 10 ପ୍ରତିଶତ ବିଶ୍ୱ ଟାରିଫ୍ ଲାଗୁ କରିବାକୁ ସମ୍ବନ୍ଧିତ
କାର୍ଯ୍ୟନିର୍ବାହୀ ଆଦେଶରେ ସହି କରିଥିବା ଓ ଏହା ତୁରନ୍ତ ପ୍ରଭାବରେ ଲାଗୁ ହେବ ବୋଲି ଉଲ୍ଲେଖ
ରହିଛି।
ଏକ ଦିନ ପୂର୍ବରୁ ଆମେରିକା
ସୁପ୍ରିମକୋର୍ଟ ଟ୍ରମ୍ପଙ୍କ ଟାରିଫ୍ ନୀତିଗୁଡିକୁ ଅସଂବିଧାନିକ ବୋଲି ଘୋଷଣା କରିଥିଲା। ଟ୍ରମ୍ପ
ଏହାକୁ ନିରାଶାଜନକ ବୋଲି କହି, ସୁପ୍ରିମକୋର୍ଟରେ
ତାଙ୍କ ଯୁକ୍ତିଗୁଡିକୁ ଠିକ ଭାବରେ ଶୁଣାଯାଇନଥିବା ଦାବି କରିଥିଲେ। ସେ କହିଥିଲେ ଯେ ଏପରି ରାୟ
ପାଇଁ ସେ ଆଶା କରିନଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା