ଥରି ଉଠିଲା ପୁରୁଣାକଟକ, ପୁଣି ହେଲା ଭୟଙ୍କର ବାଣ ବିସ୍ଫୋରଣ, ମାଷ୍ଟରମାଇଂଡ ଗିରଫ
ବୌଦ୍ଧ, ୨୧ ଫେବ୍ରୁଆରି (ହି.ସ.) - ୬ ମାସ ପରେ ଆଜି ଆଉ ଥରେ ଥରି ଉଠିଛି ପୁରୁଣାକଟକ ଅଂଚଳ । ଜେଲ୍ରୁ ଆସିବା ପରେ ଆଉ ଥରେ ଆଲୋକ ଆରମ୍ଭ କରିଥିଲା ବେଆଇନ ବାଣ ବେପାର । ୬ ମାସ ତଳେ ଜିଆଁକଟା ଗ୍ରାମରେ ଥିବା ତାଙ୍କର ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟିଥିଲା । ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ବ୍ୟାଙ
ଥରି ଉଠିଲା ପୁରୁଣାକଟକ, ପୁଣି ହେଲା ଭୟଙ୍କର ବାଣ ବିସ୍ଫୋରଣ, ମାଷ୍ଟରମାଇଂଡ ଗିରଫ


ଥରି ଉଠିଲା ପୁରୁଣାକଟକ, ପୁଣି ହେଲା ଭୟଙ୍କର ବାଣ ବିସ୍ଫୋରଣ, ମାଷ୍ଟରମାଇଂଡ ଗିରଫ୨


ଥରି ଉଠିଲା ପୁରୁଣାକଟକ, ପୁଣି ହେଲା ଭୟଙ୍କର ବାଣ ବିସ୍ଫୋରଣ, ମାଷ୍ଟରମାଇଂଡ ଗିରଫ୧


ବୌଦ୍ଧ, ୨୧ ଫେବ୍ରୁଆରି (ହି.ସ.) - ୬ ମାସ ପରେ ଆଜି ଆଉ ଥରେ ଥରି ଉଠିଛି ପୁରୁଣାକଟକ ଅଂଚଳ । ଜେଲ୍ରୁ ଆସିବା ପରେ ଆଉ ଥରେ ଆଲୋକ ଆରମ୍ଭ କରିଥିଲା ବେଆଇନ ବାଣ ବେପାର । ୬ ମାସ ତଳେ ଜିଆଁକଟା ଗ୍ରାମରେ ଥିବା ତାଙ୍କର ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟିଥିଲା । ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ବ୍ୟାଙ୍କ କଲୋନୀରେ ଆଜି ଅପରାହ୍ନରେ ଏକ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିବା ଫଳରେ ବିସ୍ପୋରଣ ଯୋଗୁଁ ପୁରୁଣାକଟକ ବଜାର ଥରି ଉଠିଛି । ବିସ୍ପୋରଣର ମାତ୍ରା ଏତେ ପରିମାଣର ଥିଲା ଯେ ଆଖପାଖଅଂଚଳ ଧରି ଉଠିଥିଲା । ଲୋକେ କଣ ହେଲା ଜାଣିବା ଆଗରୁ ଘରୁ ବାହାରୁ ବାହାରି ଏଣେତେଣେ ଧାଇଁବାକୁ ଲାଗିଥିଲେ । ବାଣ ବିସ୍ଫୋରଣରେ ଚାହୁଁ ଚାହୁଁ ସଂପୂର୍ଣ୍ଣ ପୁରୁଣାକଟକ ଅଂଚଳ ଧୂଆଁମୟ ହୋଇ ଉଠିଥିଲା । ଖବର ପାଇ ଚାରିଛକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଥିବା ବେଳେ ପୁରୁଣାକଟକ ପୁଲିସ ବାଣ ବ୍ୟବସାୟୀ ଆଲୋକ କାଂଟିକୁ ଗିରଫ କରିଥିବା ବେଳେ ଆଉ ଜଣକୁ ଅଟକ ରଖି ପଚରା ଉଚରା ଚଳାଇଛି । ଏହି ଘଟଣା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ସୂଚନାମତେ,ପୁରୁଣାକଟକ ବ୍ୟାଙ୍କ କଲୋନୀରେ ବାଣ ବ୍ୟବସାୟୀ ଆଲୋକ କାଣ୍ଟି ନିଜର ତିନି ମହଲା ଘରେ ବେଆଇନ ଭାବରେ ବାଣ ଗୋଦାମ କରିଥିବା ବେଳେ ଆଜି ଅପରାହ୍ନରେ ଘରର ଉପର ମହଲାରେ ବାଣ ଭିଡା ଚାଲିଥିବା ଥିବା ବେଳେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ଘଟି ବାଣ ବିସ୍ଫୋରଣ ହୋଇଥିଲା । ବାଣ ବିସ୍ଫୋରଣ ଫଳରେ ପ୍ରାୟ ୫ କିଲୋମିଟର ପର?୍ୟ୍ୟନ୍ତ ଅଂଚଳ ଥରି ଉଠିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଥିବା ବେଳେ ପୁଲିସ ପହଂଚି ବାଣ ବ୍ୟବସାୟୀଙ୍କୁ ଗିରଫ କରିଥିବା ବେଳେ ଉକ୍ତ ଅଂଚଳକୁ ପୁଲିସ ଜଗି ରହିଛି କାହାରିକୁ ଭିତରକୁ ଛାଡୁନାହିଁ । ଘର ମଧ୍ୟରେ ବାଣ ମହଜୁଦ ରହିଥିବା ଜଣାପଡିଛି । ଏହି ବିସ୍ଫୋରଣରେ କେହି ହତହାତ ହୋଇଛନ୍ତିକି ସ୍ପଷ୍ଟ ଜଣାପଡିନାହିଁ । ଏହି କଲୋନୀରେ ୫୦ ରୁ ୬୦ ପରିବାର ରହୁଥିବା ବେଳେ ସେଠାରେ ଘର ମଧ୍ୟରେ ବେଆଇନ ଭାବରେ ବାଣ ଗୋଦାମ କରି ବ୍ୟବସାୟ କରୁଥିବା ବେଳେ ପୁରୁଣାକଟକ ପୁଲିସ ଜାଣିନ ପାରିବା ପୁଲିସର କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଆଲୋକ କାଂଟି ମଧ୍ୟ ପୂର୍ବରୁ ଜିଆଁକଟା ବାଣ ବିସ୍ଫୋରଣ ମାମଲାରେ ଗିରଫ ହୋଇଥିଲେ । ପ୍ରକାଶ ଥାଉକି, ପୁରୁଣାକଟକ ପଂଚାୟତର ଜିଆଁକଟା ଗ୍ରାମରେ ଏକ ଭଡାଘରେ ଆଲୋକ କାଂଟି ବେଆଇନ ଭାବରେ ବାଣ ଗୋଦାମ କରି ବିପୁଳ ପରିମାଣର ବାଣରଖି ବ୍ୟବସାୟ କରୁଥିଲେ । ଆଜକୁ ଠିକ ୬ ମାସ ପୂର୍ବେ ୨୧.୯.୨୫ ତାରିଖ ଆଜିର ଦିନରେ ଜିଆଁକଟା ଗ୍ରାମରେ ଥିବା ତାଙ୍କର ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଥିଲେ । ଏହି ବିସ୍ଫୋରଣ ଘଟଣାରେ ପୁରୁଣାକଟକ ପୁଲିସ ଆଲୋକ କାଂଟିର ବିଭିନ୍ନ ସ୍ଥାନରେ ଥିବା ବେଆଇନ ବାଣ ଗୋଦାମକୁ ସିଲ କରିବା ସହିତ ଘର ମାଲିକ ଦୁଇ ଜଣ ସଂପର୍କିୟ ଓ ଜଣେ ସହଯୋଗୀଙ୍କୁ ମିଶାଇ ୫ ଜଣଙ୍କୁ ଗିରଫ କରିଥିଲା । ଗିରଫ ପରେ ଗତ କିଛି ଦିନ ହେବ ଆଲୋକ କୋର୍ଟରୁ ଜାମିନରେ ଆସି ପୁଣିଥରେ ବେଆଇନ ଭାବରେ ବାଣ ବ୍ୟବସାୟ ଆରମ୍ଭ କରିଥିବା ଜଣାପଡିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଆକ୍ରୋଶ ଦେଖାଦେଇଛି ।

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande