ଆତଙ୍କବାଦୀ ଆକ୍ରମଣ ନେଇ ଦିଲ୍ଲୀରେ ଆଲର୍ଟ, ଲାଲକିଲା ଓ ଚାନ୍ଦିନୀଚୌକ ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି
ନୂଆଦିଲ୍ଲୀ, 21 ଫେବ୍ରୁଆରି (ହି.ସ.)- ଦିଲ୍ଲୀରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କାକୁ ନେଇ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇଯାଇଛନ୍ତି। ଏହି ଗୁଇନ୍ଦା ସୂଚନା ପରେ ରାଜଧାନୀରେ ହାଇ ଆଲର୍ଟ ଘୋଷଣା କରାଯାଇଛି। କୁହାଯାଉଛି ଯେ ପାକିସ୍ତାନ ସମର୍ଥିତ ଆତଙ୍କୀ ସଂଗଠନ
ଆତଙ୍କବାଦୀ ଆକ୍ରମଣ ନେଇ     ଦିଲ୍ଲୀରେ ଆଲର୍ଟ, ଲାଲକିଲା ଓ ଚାନ୍ଦିନୀଚୌକ ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି


ନୂଆଦିଲ୍ଲୀ, 21 ଫେବ୍ରୁଆରି (ହି.ସ.)- ଦିଲ୍ଲୀରେ

ପୁଣିଥରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କାକୁ ନେଇ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇଯାଇଛନ୍ତି।

ଏହି ଗୁଇନ୍ଦା ସୂଚନା ପରେ ରାଜଧାନୀରେ ହାଇ ଆଲର୍ଟ ଘୋଷଣା କରାଯାଇଛି। କୁହାଯାଉଛି ଯେ

ପାକିସ୍ତାନ ସମର୍ଥିତ ଆତଙ୍କୀ ସଂଗଠନ ଲସ୍କର-ଇ ତୋଇବା (ଏଲଇଟି) ଦିଲ୍ଲୀରେ ଆଇଇଡି ଆକ୍ରମଣର ଷଡଯନ୍ତ୍ର ରଚୁଛି।

ସୂତ୍ର ଅନୁସାରେ

ଆତଙ୍କବାଦୀମାନଙ୍କ ନିଶାନାରେ ଐତିହାସିକ ଲାଲକିଲା ଅଞ୍ଚଳ ଓ ଏହାର ପାଖପାଖି ଅଞ୍ଚଳ ଥାଇପାରେ।

ବିଶେଷକରି ଭିଡ଼ ଥିବା ଚାନ୍ଦିନୀ ଚୌକ ଅଞ୍ଚଳର ପ୍ରମୁଖ ମନ୍ଦିରକୁ ନେଇ ସୂଚନା ମିଳିଛି। ଯଦିଓ ଔପଚାରିକ

ଭାବେ କୌଣସି ବିଶେଷ ସ୍ଥଳର ନାମ ପ୍ରକାଶ କରାଯାଇନାହିଁ, ତଥାପି ସୁରକ୍ଷା ଏଜେନ୍ସିମାନେ ସଂବେଦନଶୀଳ ଧାର୍ମିକ ସ୍ଥଳମାନଙ୍କର

ସୁରକ୍ଷା ବଢ଼ାଇଦେଇଛନ୍ତି।

ପୋଲିସର ଜଣେ ବରିଷ୍ଠ

ଅଧିକାରୀ କହିଛନ୍ତି ଯେ 6 ଫେବୃଆରୀରେ ପାକିସ୍ତାନର ରାଜଧାନୀ ଇସଲମାବାଦରେ ଅବସ୍ଥିତ ଟେରଲାଇ

ଇମାମ ବାରଗାହରେ ଜୁମା ନମାଜ ସମୟରେ ହୋଇଥିବା ବିସ୍ଫୋରଣ ପରେ ଏହି ଆତଙ୍କୀ ସଂଗଠନ ଭାରତରେ ବଡ଼

ଘଟଣା ଘଟାଇବାର ଚେଷ୍ଟାରେ ରହିଛି। ସେହି ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା ଓ ଅନେକ

ଅନ୍ୟମାନେ ଆହତ ହୋଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande