



ସମ୍ବଲପୁର ୨୧, ଫେବ୍ରୁଆରୀ (ହି.ସ.) - ଆଜି ସମ୍ବଲପୁର ଜିଲ୍ଲା ଆପାତ କାଳୀନ ବୈଠକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବନଖଣ୍ଡ ଅଧିକାରୀ ସୂଦର୍ଶନ ଗୋପୀନାଥ ଜାଧବ, ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ରେହାନ କ୍ଷତ୍ରି, ସମ୍ବଲପୁର ର ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା, ଫ୍ୟାକ୍ଟରୀ ଏବଂ ବଏଲର ର ଉପନିର୍ଦ୍ଦେଶକ ସ୍ୱରୂପ ଜେନା, ଫ୍ୟାକ୍ଟରୀ ଏବଂ ବଏଲର ର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ମଂଚାସୀନ ଥିଲେ। ଏହି ବୈଠକରେ ଫ୍ୟାକ୍ଟରୀ ଏବଂ ବଏଲର ଆସିଷ୍ଟାଂଟ ଡିରେକ୍ଟ(ର୍ସହକାରୀ ନିର୍ଦ୍ଦେଶକ) ଉମାକାନ୍ତ ସାମନ୍ତରାୟ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ସ୍ୱାଗତ କରି, ଡିସିଜି ର ଉଦ୍ଦେଶ୍ୟ ବ୍ୟାଖ୍ୟା କଲେ। ଏହା ପରେ ବୈଠକରେ ଅନ୍ୟାନ୍ୟ ଶିଳ୍ପକ୍ଷେତ୍ରର ଅନ୍ତର୍ଗତ ଆନସାଇଡ୍ ଏବଂ ଅଫ୍ ସାଇଡ୍ ଏମର୍ଜେନ୍ସି ପ୍ଲାନ ର ଗୁରୁତ୍ୱ, ମକ ଡ୍ରିଲ୍ ସମ୍ପର୍କରେ ବର୍ତମାନ ଅବସ୍ଥା, ଜିଲ୍ଲାର ଦୁର୍ଘଟଣା ପ୍ରବଣ ଅଂଚଳ ଉଦ୍ୟୋଗ ଗୁଡ଼ିକର ଚିହ୍ନଟ ଏବଂ ତାର ସୁରକ୍ଷା ବ୍ୟବସ୍ଥା ର ପରିଚାଳନା ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା। ଉଦ୍ୟୋଗଗୁଡ଼ିକରେ ବ୍ୟବହୃତ ଜଟିଳ ଏବଂ ବିପଜ୍ଜନକ ରାସାୟନିକ ପଦାର୍ଥଗୁଡ଼ିକ ଏବଂ ସେହି ରାସାୟନିକଗୁଡ଼ିକ ସଢ଼କ ମାର୍ଗରେ ଟ୍ୟାଙ୍କର୍ ଏବଂ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍ ଦ୍ୱାରା ପରିବହନ ସମୟରେ କିପରି ଉପଜୁକ୍ତ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରିବା ଉଚିତ, ସେ ଅନସାଇଟ ଏବଂ ଅଫସାଇଟ ପ୍ରୟୋଜନୀୟ ପ୍ରକଳ୍ପଗୁଡ଼ିକୁରେ ଜରୁରୀକାଳିନ ସମୟରେ ଦ୍ରୁତ ପ୍ରତିକ୍ରିୟା ଏବଂ ଅନ୍ୟ ଉଦ୍ୟୋଗରୁ ସାଧନ ସଂଗ୍ରହ କିପରି କରିହେବ ସେ ବିଷୟରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଶ୍ରୀ ବୋନ୍ଦର ଭୋପାଳ ଗ୍ୟାସ ଦୁର୍ଘଟଣା ର ଉଦାହରଣ ଦେଇ, ଏହି ପ୍ରକାର ଦୁର୍ଘଟଣା ଯେମିତି ପୁନରାବୃତି ନହୁଏ ସେ ବିଷୟରେ ଧ୍ୟାନ ଦବାକୁ କହିଥିଲେ। ସଦାସର୍ବଦା କୌଣସି ଅପାତକାଳୀନ ପରିସ୍ଥିତି କୁ ସାମ୍ନା କରିବାପାଇଁ ସଜାଗ ରହିବା ପାଇଁ କହିଥିଲେ, ଏହା ସହିତ କୌଣସି ଅପ୍ରୀତିକର ପରିସ୍ଥିରେ କେତେକଣ ସମ୍ଭାବ୍ୟ କ୍ଷତି ଘଟିବ ତାର ଆକଳନ କରି ସମସ୍ତ ଉପଲବ୍ଧ ରଖିବାକୁ କହିଥିଲେ । ଛୋଟ ଛୋଟ ଗ୍ୟାସ ଲିକ୍ ଉପରେ ଗୁରୁତ୍ୱ ଦବା, ନିୟମିତ ମକ ଡ୍ରିଲ୍ କରିବା, ବ୍ୟବହୃତ ଉପକରଣଗୁଡ଼ିକର ଉନ୍ନତିକରଣ ଏବଂ ଏହାର ଅବସ୍ଥା ଅପଡେଟ୍ ରଖିବା, ଶିଳ୍ପଗୁଡ଼ିକର ମଧ୍ୟରେ ସମନ୍ୱୟ ଏବଂ ସହଯୋଗ ବୃଦ୍ଧି କରିବା, ବିପଦଜନକ ରାସାୟନିକ ପଦାର୍ଥଗୁଡ଼ିକର ପରିବହନ ସମୟରେ ସୁରକ୍ଷା ନିଶ୍ଚିତ କରିବା, ଡିସିଜି ର ଗୁରୁତ୍ୱ ଏବଂ ଦାୟିତ୍ୱର ସମ୍ପୂର୍ଣ୍ଣ ନିଷ୍ଠା ସହିତ ପାଳନ କରିବା ଆଦି ବିଷୟଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଅନେକ କ୍ଷେତ୍ର ଛୋଟଛୋଟ ଘଟଣା କୁ ଏଡାଇ ନଦେଇ ଧ୍ୟାନ ଦେବାକୁ କହିଥିଲେ। ବୃହତ ଶିଳ୍ପର ଆଖପାଖ ଅଂଚଳ ବାସିନ୍ଦା ମାନଙ୍କୁ ରସାୟନିକ ଦୁର୍ଘଟଣାର ଭୟାବହତା ଓ ଏହାର ମୁକାବିଲା କରିବା ନିମନ୍ତେ ସଚେତନ କରାଇବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ