ଧଳା ଜହର କବଳରେ ଓଡିଶା
ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ରାଜ୍ୟରେ ବଢୁଛି ବ୍ରାଉନ ସୁଗାର କାରବାର। ବ୍ରାଉନ ସୁଗାର ହବ ପାଲଟିଛି ବାଲେଶ୍ୱର, ପୁରୀ, ଭୁବନେଶ୍ୱର ଏବଂ ଜଗତସିଂପୁର ଜିଲ୍ଲା। ବିଧାନସଭାରେ ଆସିଲା ସାଙ୍ଘାତିକ ତଥ୍ୟ। ବିଜେଡ଼ି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତର ରଖି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରି
drugs


ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ରାଜ୍ୟରେ ବଢୁଛି ବ୍ରାଉନ ସୁଗାର କାରବାର। ବ୍ରାଉନ ସୁଗାର ହବ ପାଲଟିଛି ବାଲେଶ୍ୱର, ପୁରୀ, ଭୁବନେଶ୍ୱର ଏବଂ ଜଗତସିଂପୁର ଜିଲ୍ଲା। ବିଧାନସଭାରେ ଆସିଲା ସାଙ୍ଘାତିକ ତଥ୍ୟ। ବିଜେଡ଼ି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତର ରଖି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହକୁ ଜଣାଇଛନ୍ତି ଯେ ୨୦୨୫-୨୬ ଫେବୃଆରୀ ମାସ ସୁଦ୍ଧା ୪୦ କେଜି ୨୭୮ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବାବେଳେ ୪୮୧ ଜଣ ଗିରଫ ହୋଇଛନ୍ତି । ୨୦୨୪-୨୫ ରେ ୨୮ କେଜି ୫୭୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା , ୩୬୧ ଜଣ ଗିରଫ ହୋଇଥିଲେ। ୨୦୨୩-୨୪ ବର୍ଷରେ ୩୪ କେଜି ୪୨୬ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବାବେଳେ ଗିରଫ ହୋଇଛନ୍ତି ୪୪୮ ଜଣ । ୨୦୨୨ - ୨୩ ରେ ୩୨ କେଜି ୮୨୬ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ୩୮୨ ଜଣ ଗିରଫ ହୋଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande