
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ଆନ୍ତର୍ଜାତିକ
ମାତୃଭାଷା ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆନ୍ତର୍ଜାତିକ ମାତୃଭାଷା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମାତୃଭାଷା କେବଳ
ଭାବ ବିନିମୟର ମାଧ୍ୟମ ନୁହେଁ, ବରଂ ଏହା ଆମର ପରମ୍ପରା, ଜୀବନଶୈଳୀ ଏବଂ ଅତୀତର ଅମୂଲ୍ୟ ଜ୍ଞାନକୁ ଆଗାମୀ ପିଢ଼ି ସହ ଯୋଡ଼ିଥାଏ। ଆସନ୍ତୁ, ଆମେ ଆମର ମାତୃଭାଷାକୁ ନେଇ ଗର୍ବ ଅନୁଭବ କରିବା ଏବଂ ଏହାର ସୁରକ୍ଷା
ଓ ପ୍ରସାର ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା