
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ଛତିଶଗଡ
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ
ସାଏଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା । ଆପଣଙ୍କ ନେତୃତ୍ୱରେ ଛତିଶଗଡ ରାଜ୍ୟ ନିରନ୍ତର
ବିକାଶ ଓ ପ୍ରଭତି ପଥରେ ଅଗ୍ରସର ହେଉଛି । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଯେ, ସେ
ଆପଣଙ୍କୁ ଉତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ, ସୁଖ ସମୃଦ୍ଧି ତଥା ଜନକଲ୍ୟାଣ ଓ ଦେଶସେବା ପାଇଁ
ନିରନ୍ତର ଶକ୍ତି ପ୍ରଦାନ କରନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା