
ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ଗତ ବର୍ଷ ଶ୍ରୀ ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ୭୭୦ ଟଙ୍କା ଦାନ ସଂଗ୍ରହ କରାଯାଇଛି। ଭକ୍ତମାନେ ଉକ୍ତ ବର୍ଷରେ ୩ କିଗ୍ରା ୪୪୧ଗ୍ରାମ ୩୦୦ମିଗ୍ରା ମିଶ୍ରିତ ସୁନା ଓ ୩୩ କିଗ୍ରା ୬୪୮ ଗ୍ରାମ ୯୫୦ ମିଗ୍ରା ମିଶ୍ରିତ ରୁପା ଅଳଙ୍କାର ଦାନ କରିଛନ୍ତି।
୧୯୮୧ ରୁ ୨୦୨୪-୨୫ ସୁଦ୍ଧା ୫୮ କେଜି ୩୧୭ ଗ୍ରାମ ସୁନା ଏବଂ ୧୫୮ କେଜି ୮୩୬ ଗ୍ରାମ ରୁପା ଦାନ ଏବଂ ହୁଣ୍ଡିରୁ ସଂଗ୍ରହ ହୋଇଛି । ସେହିଭଳି ୨୦୧୧ ରୁ ୨୦୨୪-୨୫ ଭିତରେ ହୁଣ୍ଡି ଏବଂ ଅନ୍ୟାନ୍ୟ ଦାନରୁ ୩୦୪ କୋଟି ୫୭ ଲକ୍ଷ ଆଦାୟ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା