
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ଭୁବନେଶ୍ୱରରେ
ପ୍ରତିଷ୍ଠା ହେବ ‘ଭିଏଫଏସ
ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଭୁବନେଶ୍ୱରରେ
ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା କରିବା ପାଇଁ ମୁଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ
ଜୟଶଙ୍କରଙ୍କୁ ପତ୍ର ଲେଖି ଅନୁରୋଧ କରିବା ସହ ଭିଏଫଏସର ଗ୍ଲୋବାଲ ସିଇଓ ଜୁବିନ କର୍କାରିଆଙ୍କ ସହ
ଏହି ବିଷୟରେ ଆଲୋଚନା କରିଥିଲି । ଓଡ଼ିଶାବାସୀଙ୍କ ପାଇଁ ଖୁସିର ବିଷୟ ଯେ, ମୋର ଅନୁରୋଧକୁ ରକ୍ଷା କରି ଭିଏଫସ ଗ୍ଲୋବାଲ ‘ଓଡ଼ିଶା ଦିବସ’ ଅବସରରେ ଅର୍ଥାତ୍ ଆସନ୍ତା ୧ ଏପ୍ରିଲ ୨୦୨୬ରୁ ଭୁବନେଶ୍ୱରରେ ଏକ
ସ୍ୱତନ୍ତ୍ର ଭିସା ଆବେଦନ କେନ୍ଦ୍ର କାର୍ଯ୍ୟକ୍ଷମ କରିବାକୁ ଯାଉଛି ।
କେନ୍ଦ୍ରମନ୍ତ୍ରୀ ଏହି
ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ;
ଏବଂ ଭିଏଫଏସର ଗ୍ଲୋବାଲ ସିଇଓ ଜୁବିନ କର୍କାରିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି
।
କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀମାନଙ୍କୁ ଆଉ ଭିସା
କାମ ପାଇଁ କୋଲକାତା କିମ୍ବା ଅନ୍ୟ ସହରକୁ ଯିବାକୁ ପଡ଼ିବ ନାହିଁ । ଏହାଦ୍ୱାରା ସେମାନଙ୍କର ସମୟ, ଅର୍ଥ ଓ ପରିଶ୍ରମ ବଞ୍ଚିବା ସହ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନୂତନ
ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ଓଡ଼ିଶାର ଆନ୍ତର୍ଜାତୀୟ ସଂଯୋଗୀକରଣ କ୍ଷେତ୍ରରେ ଏହା ଏକ
ମାଇଲଖୁଣ୍ଟ ହେବ ବୋଲି ମୋର ବିଶ୍ୱାସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା