
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ଆନ୍ତର୍ଜାତିକ
ମାତୃଭାଷା ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ
ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଆନ୍ତର୍ଜାତିକ ମାତୃଭାଷା ଦିବସ ଅବସରରେ ଶୁଭେଚ୍ଛା।
ରାଜ୍ୟପାଳ କହିଛନ୍ତି ଯେ, ମାତୃଭାଷା
ହେଉଛି ଆମ ଆତ୍ମାର ସ୍ୱର ଏବଂ ଆମ ସଂସ୍କୃତି ଓ ପରିଚୟର ମୂଳ ଭିତ୍ତି। ଏହା ଆମ ଚିନ୍ତାଧାରାକୁ
ଗଢ଼େ,
ଆମକୁ ନିଜ ମାଟି ସହିତ ଯୋଡ଼ି ରଖେ ଏବଂ ଆମ ଐତିହ୍ୟକୁ ସଜୀବ ରଖେ।
ରାଜ୍ୟପାଳ କହିଛନ୍ତି ଯେ, ଆସନ୍ତୁ, ଆମେ ନିଜ ମାତୃଭାଷାକୁ ସମ୍ମାନ ଦେଇ ଦୈନନ୍ଦିନ ଜୀବନରେ ମାତୃଭାଷା ର
ବହୁଳ ବ୍ୟବହାର କରିବା ସହ ଏହାର ସୁରକ୍ଷା ଓ
ସମୃଦ୍ଧି ପାଇଁ ସଙ୍କଳ୍ପବଦ୍ଧ ହେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା