ମାତୃଭାଷା ହିଁ ଆମ ଅସ୍ତିତ୍ୱ ଓ ଆମ ଅସ୍ମିତା
ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ବିଶ୍ୱ ଓଡ଼ିଆ ପରିବାର’ ପକ୍ଷରୁ ଶନିବାର ଭୁବନେଶ୍ୱରଠାରେ ‘ବିଶ୍ୱ ମାତୃଭାଷା ଦିବସ’ ପାଳିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ‘ଭାବ ବିନିମୟ ସଭା’ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ‘ଆମ ଅସ୍ମିତା ଆମ ଅସ୍ତିତ୍ୱ, ଆମ ଭ
srtghytui


ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ବିଶ୍ୱ ଓଡ଼ିଆ ପରିବାର’ ପକ୍ଷରୁ ଶନିବାର ଭୁବନେଶ୍ୱରଠାରେ ‘ବିଶ୍ୱ ମାତୃଭାଷା ଦିବସ’ ପାଳିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ‘ଭାବ ବିନିମୟ ସଭା’ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ‘ଆମ ଅସ୍ମିତା ଆମ ଅସ୍ତିତ୍ୱ, ଆମ ଭାଷା ଆମ ଦାୟିତ୍ୱ’ ଶୀର୍ଷକ ଆଲୋଚନା ଚକ୍ରରେ ବିଶିଷ୍ଟ ବକ୍ତାମାନେ ମାତୃଭାଷା କିଭଳି ଆମ ଅସ୍ତିତ୍ୱ ଆମ ଅସ୍ମିତାର ପ୍ରତୀକ, ତାହା ଉପରେ ଆଲୋକପାତ କରିଥିଲେ। ଏଭଳି ପରିସ୍ଥିତିରେ ଆମ ଭାଷାକୁ ରକ୍ଷା କରିବା ଆମର ସର୍ବପ୍ରଧାନ କର୍ତ୍ତବ୍ୟ ଅଟେ। ବକ୍ତାମାନଙ୍କ ସୁଚିନ୍ତିତ ମତାମତ ଏହି ସମସ୍ୟାଗୁଡ଼ିକୁ ବିଶେଷ ଭାବରେ ଆଲୋଚନା କରି ଏଥିପାଇଁ ଅନେକ ପ୍ରୟାସ ଉପସ୍ଥାପନ କରିଥିଲେ। ବିଶେଷ କରି ଓଡ଼ିଶା ସରକାର ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଯେଉଁ ସବୁ ପଦକ୍ଷେପ ନେଉଛନ୍ତି, ତାହା ବିଶ୍ୱ ଓଡ଼ିଆ ପରିବାର ସାକାର କରିବା ଦିଗରେ ନିଜର ଅଙ୍ଗିକାରବଦ୍ଧତା ପ୍ରକାଶ କରିଥିଲା।

‘ବିଶ୍ୱ ଓଡ଼ିଆ ପରିବାର’ ନୟାପଲ୍ଲୀସ୍ଥିତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ସଭାରେ ସବର୍ଶ୍ରୀ ଡାକ୍ତର ପ୍ରତାପ ପାଣି, ଶ୍ରମିକ ନେତା କୃଷ୍ଣଚନ୍ଦ୍ର ମିଶ୍ର, ସାହିତ୍ୟିକ ମନୋରଂଜନ ଷଡଙ୍ଗୀ, ଶଶୀଭୂଷଣ ରଥ, କଳିଙ୍ଗ ଟିଭିର ସୃଜନାତ୍ମକ ନିର୍ଦ୍ଦେଶକ ରକ୍ଷକ ନାୟକ, ସୌମେନ୍ଦ୍ର ଜେନା, ସାହିତ୍ୟିକ ସାଧୁଚରଣ ବେହେରା, ବିଶିଷ୍ଟ ଲେଖିକା ଓ କବୈୟତ୍ରୀ ପ୍ରୀତିପ୍ରତିଭା ଭୋଳ, ଖାଦ୍ୟ ବିଶାରଦ ସଂଗୀତା ଦାସ, ରାଜମିତ୍ରା ପ୍ରହରାଜ, ପୂର୍ବତନ ପର୍ଯ୍ୟଟନ ଅଧିକାରୀ ରୀନା ରଥ, ଅରୁଣ ମହାନ୍ତି, ସ୍ତମ୍ଭକାର କିଶୋର ଚନ୍ଦ୍ର ଜେନା, ଆଦି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande