ଟାଉନ ହଲ ଠାରେ ଓଡିଶୀ ଆସର ୨୬ରେ
ପୁରୀ, ୨୧ ଫେବୃଆରୀ (ହି.ସ.)- ଚଳିତ ମାସ ୨୬ ତାରିଖରେ ପୁରୀ ଟାଉନ ହଲ ଠାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶୀ ଆସରର ଆୟୋଜନ କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଦ୍ବାରା ପରିଚାଳିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ୨୬ ତାରିଖ ଅପରା
ଟାଉନ ହଲ ଠାରେ ଓଡିଶୀ ଆସର ୨୬ରେ


ପୁରୀ, ୨୧ ଫେବୃଆରୀ (ହି.ସ.)- ଚଳିତ ମାସ ୨୬ ତାରିଖରେ ପୁରୀ ଟାଉନ ହଲ ଠାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶୀ ଆସରର ଆୟୋଜନ କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଦ୍ବାରା ପରିଚାଳିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ୨୬ ତାରିଖ ଅପରାହ୍ନ ୫ଟା ଠାରୁ ଟାଉନ ହଲ ଠାରେ ଓଡ଼ିଶାର ବିଶିଷ୍ଟ କଳାକାର ମାନଙ୍କ ଦ୍ୱାରା ଏହା ଆୟୋଜିତ ହେବ। ଓଡିଶୀ ନୃତ୍ୟ ଓ ସଂଗୀତର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଚଳିତ ଥର ମହାପ୍ରଭୁଙ୍କ କ୍ଷେତ୍ରରେ ଏହା ଆୟୋଜନ କରାଯାଉଛି।

ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଯୋଗ ଦେବାକୁ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande