
କେନ୍ଦ୍ରାପଡ଼ା,୨୧ ଫେବୃଆରୀ(ହି.ସ.) – ବର୍ଷିଆନ ସାହିତ୍ୟିକ ଏବଂ ବହୁ ପୁସ୍ତକର ସ୍ରଷ୍ଟା ଶ୍ରୀବତ୍ସ ଚରଣ ଜେନାଙ୍କର ଗତ ୨୦ ତାରିଖ, ଶୁକ୍ରବାର ସକାଳ ୭. ୩୦ରେ କେନ୍ଦ୍ରାପଡ଼ାର ବାଲିଆସ୍ଥିତ କଳିଙ୍ଗ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା। ୧୯୩୯ ମସିହା ଏପ୍ରିଲ ୧୩ ତାରିଖରେ ଯାଜପୁର ଜିଲ୍ଲା ବିଂଝାରପୁରର ମୋହନପୁର, ବାରିଙ୍ଗ ଠାରେ ଜନ୍ମିତ ଜେନା ଓଡିଶା ସରକାରଙ୍କ ଅର୍ଥ ସେବା ବିଭାଗରେ ଯୋଗଦାନ କରି ଅର୍ଥ ପରାମର୍ଶଦାତା ଭାବେ ୧୯୯୭ ମସିହାରେ ଅବସର ଗ୍ରହଣ କରିଥିଲେ। ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଜୀବନୀ ପୁସ୍ତକ ଯୁଗ ପୁରୁଷ ବୈକୁଣ୍ଠନାଥର ଲେଖକ ଭାବେ ସେ ବହୁ ଲୋକପ୍ରିୟ ଥିଲେ। ତାଙ୍କର ଅନ୍ୟାନ୍ୟ କୃତି ମଧ୍ୟରେ 'ତୁଳସୀକ୍ଷେତ୍ର ଗୀତାମୃତ', ପାହାନ୍ତି ବିଚାର, ଖରସ୍ରୋତା ତୀରେ, ଗପ କେତେ ଯୁଗର, ଶ୍ରୀମଦ ଗୁରୁ ଗୀତାମୃତ, ଯାଜପୁର ଜିଲ୍ଲା ସାତଟୋପା ସାମନ୍ତ, ଶ୍ରୀବିଲେଶ୍ୱର ସ୍ତବକ ଆଦି ଉଲ୍ଲେଖଯୋଗ୍ୟ କ୍ଷ ତାଙ୍କ ବିୟୋଗର ଖବର ପାଇ କେନ୍ଦ୍ରାପଡ଼ାର ବହୁ ସାହିତ୍ୟିକ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ତିନିମୁହାଣୀସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ। ତାଙ୍କର ତିନି ପୁଅ, ଜ୍ୱାଇଁ ଅରବିନ୍ଦ ଧଳ ଓ ପରିବାରର ବହୁ ସଦସ୍ୟ ସମେତ ଅନେକ ବନ୍ଧୁ ଶୁଭେଛୁ ସହ ପୁରୀର ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି