
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ଜୁନ ୨୦୨୪ ରୁ
ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ଉପରେ ୧୦ ଥର ବେଆଇନ ଭାବେ ଉଡ଼ିଛି ଡ୍ରୋନ । ୧୦ ଟି ମାମଲା ରୁଜ୍ଜୁ
କରାଯାଇଥିବା ବେଳେ ୨ ଟି ମାମଲାରେ ଫାଇନାଲ ଫର୍ମ ପ୍ରଦାନ କରାଯାଇଛି ଏବଂ ବାକି ୮ ଗୋଟି ମାମଲାର
ତଦନ୍ତ ଜାରି ରହିଛି ।
ସେହିପରି ଜୁନ ୨୦୨୪ ମସିହାରୁ
ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ପରିସରକୁ ୭୦୦ ଜଣ ବ୍ୟକ୍ତି ଅନଧିକୃତ ଭାବେ ମୋବାଇଲ ଫୋନ ଧରି
ପ୍ରବେଶ କରିଛନ୍ତି । ଯେଉଁଥିପାଇଁ ୬ ଲକ୍ଷ ୯୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଏହି ଘଟଣାରେ
ସିଂହଦ୍ଵାର ଥାନାରେ ୯ ଗୋଟି ମାମଲା ରୁଜ୍ଜୁ କରାଯାଇଥିବା ବେଳେ ୭ ଟିର ଫଇସଲା ହୋଇଛି ଓ ୨ ଟି
ମାମଲା ତଦନ୍ତ ଚାଲିଛି ।
ଶ୍ରୀମନ୍ଦିର
ଭିତରେ/ପରିସରରେ ବେଆଇନଭାବେ ଫଟୋ/ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ୮ ଥର ପ୍ରସାରଣ
କରିଥିବାର ନଜରକୁ ଆସିଥିବାରୁ ସିଂହଦ୍ବାର ଥାନାରେ ୮ ଗୋଟି ମାମଲା ରୁଜୁ କରାଯାଇଛି ଓ ସେଥ୍
ମଧ୍ୟରୁ ୫ ଗୋଟି ମାମଲାର ତଦନ୍ତ ସରିଛି ଓ ୩ ଗୋଟି ମାମଲା ତଦନ୍ତାଧୀନ ଅଛି । ବିଧାନସଭାରେ
ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା