ଦିଲ୍ଲୀରେ ଯୁବ କଂଗ୍ରେସ ନେତାମାନଙ୍କୁ ଗିରଫ ପ୍ରତିବାଦରେ ମୋଦୀ ଓ ଶାହାଙ୍କ କୁଶପୁତଳିକା ଦାହ
ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ ରେ ଆୟୋଜିତ ଏଆଇ ସମ୍ମିଳନୀରେ ପ୍ରତିବାଦକାରୀ ଯୁବ କଂଗ୍ରେସର କର୍ମକର୍ତାଙ୍କୁ ଗିରଫ ପ୍ରତିବାଦରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ରାଲି କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ
tc


ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ ରେ ଆୟୋଜିତ ଏଆଇ ସମ୍ମିଳନୀରେ ପ୍ରତିବାଦକାରୀ ଯୁବ କଂଗ୍ରେସର କର୍ମକର୍ତାଙ୍କୁ ଗିରଫ ପ୍ରତିବାଦରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ରାଲି କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କର କୁଶପୁତଳିକା ମାଷ୍ଟରକ୍ୟାଂଟିନ ଛକ ଠାରେ ଦାହ କରାଯାଇଥିଲା । ଏହାପରେ ଶତାଧିକ ଯୁବ କଂଗ୍ରେସର କର୍ମକର୍ତାମାନେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଉଦ୍ୟମ କରିବା ସମୟରେ ପୁଲିସ ସହ ଧସ୍ତାଧସ୍ତି ହେବା ସହ ପୁଲିସ ଯୁବ କଂଗ୍ରେସର କର୍ମକର୍ତ୍ତାମାନଙ୍କୁ ଗିରଫ କରି ନେଇଥିଲା ।

ଏହି ବିକ୍ଷୋଭ ସମୟରେ ଶ୍ରୀ ପାତ୍ର ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ, ଏଆଇ. ସମ୍ମିଳନୀ ଚାଲିଥିବା ସମୟରେ ଯୁବ କଂଗ୍ରେସର କାର୍ଯ୍ୟକର୍ତାମାନେ ଯେଉଁଭଳି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ ତାହା ସଂପୂର୍ଣ୍ଣ ଗଣତାନ୍ତ୍ରିକ ପଦ୍ଧତିରେ ଥିଲା । କିନ୍ତୁ ଦିଲ୍ଲୀ ପୁଲିସ ବିଜେପି ସରକାରର ଗୁଣ୍ଡା ସାଜି ଯେଉଁଭଳି ଭାବେ ଯୁବ କଂଗ୍ରେସର କର୍ମକର୍ତାମାନଙ୍କୁ ଗିରଫ କଲା ଏହା ସଂପୂର୍ଣ୍ଣ ନିନ୍ଦନୀୟ । ଗଣତନ୍ତ୍ର ରାଷ୍ଟ୍ରରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି । ଯୁବ କଂଗ୍ରେସ ଭାରତ ବର୍ଷର ଯୁବକ ମାନଙ୍କର ହକ୍ ପାଇଁ ଲଢ଼ିଆସୁଛି କେନ୍ଦ୍ରରେ ଥିବା ବିଜେପି ସରକାର ବିରୁଦ୍ଧରେ । ଦେଶର ଯୁବକ ଯୁବତୀ ଓ କୃଷକ ମାନଙ୍କର ସ୍ୱାର୍ଥରେ ଆଂଚ ଆସିବା ପାଇଁ ଯୁବ କଂଗ୍ରେସ କେବେ ଦେବ ନାହିଁ । ଏଥିପାଇଁ ଯୁବ କଂଗ୍ରେସ ଏବଂ କଂଗ୍ରେସ ଦଳ ଦେଶବାସୀଙ୍କର ନ୍ୟାର୍ଯ୍ୟ ହକ୍ ପାଇଁ ବିଜେପି ସରକାର ବିରୁଦ୍ଧରେ ଲଢ଼େଇ କରିଆସୁଥିଲା, କରୁଛି ଏବଂ ଦେଶବାସୀ ତାଙ୍କର ନ୍ୟାର୍ଯ୍ୟ ହକ୍ ପାଇବା ପର୍ଯ୍ୟନ୍ତ ଲଢ଼େଇ ଚାଲୁ ରଖିବ । କଂଗ୍ରେସ ଦଳ ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।

ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ, ଜାଭେଦ ଅଖତର, ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲ୍ଫାମ୍, ବଳରାମ ନନ୍ଦ, ସୁରଜ ରାଉତ, ବିଶ୍ୱଜିତ ସ୍ୱାଇଁ, ଆଶିଷ କୁମାର ମହନ୍ତ, ସ୍ପନ୍ଦନ ସ୍ୱାଇଁ, ସରୋଜ ବାରିକ ଓ ପ୍ରଶାନ୍ତ ରାଉତଙ୍କ ସହ ଶତାଧିକ ଯୁବ କଂଗ୍ରେସ କର୍ମକର୍ତା ଯୋଗ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande