
ନୂଆଦିଲ୍ଲୀ, 22 ଫେବ୍ରୁଆରି (ହି.ସ.)- ନରେନ୍ଦ୍ର
ମୋଦି ଆଜି ମେରଠ ଗସ୍ତରେ ରହିବେ। ସେ ମେରଠରେ ପ୍ରାୟ 12,930 କୋଟି ଟଙ୍କାର ବିକାଶ
ପ୍ରକଳ୍ପଗୁଡିକର ଉଦ୍ଘାଟନ ଓ ଲୋକାର୍ପଣ କରିବେ। ଏହି ଅବସରରେ ସେ ଭାରତର ପ୍ରଥମ ନମୋ ଭାରତ
ରିଜିଓନାଲ୍ ରାପିଡ୍ ଟ୍ରାନ୍ଜିଟ୍ ସିଷ୍ଟମ୍ (ଆର୍ଆର୍ଟିଏସ୍)ର ସମ୍ପୂର୍ଣ୍ଣ ହୋଇଥିବା ଦିଲ୍ଲୀ–ମେରଠ କରିଡୋରକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ।
ସେଥିପାଇଁ ମେରଠ ମେଟ୍ରୋ ସେବାର ମଧ୍ୟ ଶୁଭାରମ୍ଭ କରିବେ।
ପ୍ରଧାନମନ୍ତ୍ରୀ
କାର୍ଯ୍ୟାଳୟ ଅନୁସାରେ, ପ୍ରଧାନମନ୍ତ୍ରୀ
ମୋଦି ଦ୍ୱିପ୍ରହର 12:30 ବେଳେ ଶତାବ୍ଦୀ ନଗର ନମୋ ଭାରତ ଷ୍ଟେସନରୁ ମେରଠ ମେଟ୍ରୋ ଓ ନମୋ ଭାରତ
ଟ୍ରେନକୁ ସବୁଜ ପତାକା ଦେଖାଇବେ। ପରେ ସେ ମେରଠ ସାଉଥ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋ ଯାତ୍ରା
କରିବେ। ଦ୍ୱିପ୍ରହର ପ୍ରାୟ 1ଟା ବେଳେ ସେ ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ
କରିବା ପରେ ଜନସଭାକୁ ସମ୍ବୋଧନ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା