
ନୂଆଦିଲ୍ଲୀ, 22 ଫେବୃଆରୀ (ହି.ସ.)- ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ରବିବାର ତାମିଲନାଡୁର ଏକ ଦିନିକିଆ ଗସ୍ତରେ ଯିବେ ।
ଉପରାଷ୍ଟ୍ରପତିଙ୍କ ସଚିବାଳୟ ଅନୁଯାୟୀ, ଉପରାଷ୍ଟ୍ରପତି ମଦୁରାଇର ବାନ୍ଦିୟୁରରେ ସ୍ୱାଧୀନତା ସଂଗ୍ରାମୀ ଭି.ଓ. ଚିଦାମ୍ବରମ ପିଲାଇଙ୍କ ପ୍ରତିମୂର୍ତିର ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଏହି ଅବସରରେ ରାଜ୍ୟ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ବହୁ ସଂଖ୍ୟକ ସ୍ଥାନୀୟ ନାଗରିକ ଉପସ୍ଥିତ ରହିବେ ।
ଗସ୍ତ ସମୟରେ, ଉପରାଷ୍ଟ୍ରପତି ଶିବଗଙ୍ଗା ଜିଲ୍ଲାର ପ୍ରସିଦ୍ଧ ତିରୁକୋଷ୍ଟିୟୁର ସୌମ୍ୟ ନାରାୟଣ ପେରୁମାଲ ମନ୍ଦିର ମଧ୍ୟ ପରିଦର୍ଶନ କରିବେ । ସେ ଐତିହାସିକ ରାଣୀ ଭେଲୁ ନାଚିୟାର ପ୍ୟାଲେସ ମଧ୍ୟ ପରିଦର୍ଶନ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ