
ଭୁବନେଶ୍ୱର, ୨୪ ଫେବୃୟାରୀ (ହି.ସ)- ବିଶ୍ୱ ପାରା ବ୍ୟାଡମିଂହଟନ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀ ମୋହହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। ତାଙ୍କର ଅଦମ୍ୟ ନିଷ୍ଠା ଓ ପରିଶ୍ରମ ନିଶ୍ଚୟ ଭାବେ ଆଗାମୀ ପିଢ଼ୀକୁ ଅଧିକ ଉଚ୍ଚତାରେ ପହଂଚିବାକୁ ପ୍ରେରିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି - ବିଶ୍ୱ ପାରା ବ୍ୟାଡମିଂହଟନ ଚାମ୍ପିୟନସିପରେ ଷଷ୍ଠ ସ୍ୱର୍ଣ୍ଣ ପଦକ ସହ କ୍ରମାଗତ ଚତୁର୍ଥ ଥର ପାଇଁ ବିଶ୍ୱ ଟାଇଟଲ୍ ଜିତି ଇତିହାସ ରଚିଥିବା ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କଲି। ତାଙ୍କର ଏହି ସଫଳତା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ଓ ଆମ ଯୁବ କ୍ରୀଡ଼ାବିତମାନଙ୍କ ପାଇଁ ଏକ ପ୍ରେରଣା। ତାଙ୍କର ଅଦମ୍ୟ ନିଷ୍ଠା ଓ ପରିଶ୍ରମ ନିଶ୍ଚୟ ଭାବେ ଆଗାମୀ ପିଢ଼ୀକୁ ଅଧିକ ଉଚ୍ଚତାରେ ପହଂଚିବାକୁ ପ୍ରେରିତ କରିବ। ଶ୍ରୀ ପ୍ରମୋଦ ଭଗତଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଉତରୋତର ସଫଳତା ପାଇଁ ମୋର ଆନ୍ତରିକ ଶୁଭେଚ୍ଛା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା