ବାହାରିନରେ ଡବଲ ସ୍ୱର୍ଣ୍ଣ ଜିତି ଓଡ଼ିଶା ଫେରିଲେ ପ୍ରମୋଦ ଭଗତ
ଭୁବନେଶ୍ୱର, ୨୪ ଫେବୃୟାରୀ (ହି.ସ)- ବାହାରିନରେ ଚମକିଲେ ଓଡ଼ିଆ ପୁଅ । ଇତିହାସ ରଚିଲେ ପାରା ଆଥଲେଟ୍ ପ୍ରମୋଦ ଭଗତ। ବାହାରିନ ଠାରେ ଅନୁଷ୍ଠିତ ବିଡବ୍ଲୁଏଫ୍ ପାରା ବ୍ୟାଡମିଂଟନ ବିଶ୍ୱ ଚାମ୍ପିଅନସିପ୍ ରେ ୨ଟି ସ୍ୱର୍ଣ୍ଣପଦକ ହାସଲ କରିବା ପରେ ମଙ୍ଗଳବାର ଭୁବନେଶ୍ୱର ବିମାନ ବନ୍ଦରରେ କ୍ରୀଡା ବିଭାଗ ଓ ବି
pramod bhagat


ଭୁବନେଶ୍ୱର, ୨୪ ଫେବୃୟାରୀ (ହି.ସ)- ବାହାରିନରେ ଚମକିଲେ ଓଡ଼ିଆ ପୁଅ । ଇତିହାସ ରଚିଲେ ପାରା ଆଥଲେଟ୍ ପ୍ରମୋଦ ଭଗତ। ବାହାରିନ ଠାରେ ଅନୁଷ୍ଠିତ ବିଡବ୍ଲୁଏଫ୍ ପାରା ବ୍ୟାଡମିଂଟନ ବିଶ୍ୱ ଚାମ୍ପିଅନସିପ୍ ରେ ୨ଟି ସ୍ୱର୍ଣ୍ଣପଦକ ହାସଲ କରିବା ପରେ ମଙ୍ଗଳବାର ଭୁବନେଶ୍ୱର ବିମାନ ବନ୍ଦରରେ କ୍ରୀଡା ବିଭାଗ ଓ ବିଭିନ୍ନ ପାରା ଆଥଲେଟିକଙ୍କ ଦ୍ୱାରା ପ୍ରମୋଦଙ୍କୁ ସ୍ୱାଗତ କରାଯାଇଥିଲା ।

ବାହାରିନର ମାନାମା ଠାରେ ଅନୁଷ୍ଠିତ ଏହି ଚମ୍ପିଆନସିପ୍ ର ପୁରୁଷ ସିଙ୍ଗଲ୍ସ (ଏସଏଲ୩) ଏବଂ ପୁରୁଷ ଡବଲ୍ସ (ଏସଏଲ୩-ଏସଏଲ ୪) ବର୍ଗରେ ୨ଟି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ପ୍ରମୋଦ ଭଗତ । ଏହି ଐତିହାସିକ ବିଜୟ ସହିତ ପାରା ଆଥଲେଟ୍ ପ୍ରମୋଦ ଭଗତ ନିଜର ୬ଷ୍ଠ ବିଶ୍ୱ ଚମ୍ପିଆନସିପ୍ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ସହିତ ଲଗାତାର ଭାବେ ଚତୁର୍ଥଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏହି ପାରା ଆଥଲେଟ୍ । ଏହି ବିଜୟ ସହିତ କିମ୍ବଦନ୍ତୀ ବ୍ୟାଡମିଂଟନ ଖେଳାଳି ଲିନ ଡାନଙ୍କ ୫ଟି ସ୍ୱର୍ଣ୍ଣପଦକର ରେକର୍ଡ଼ ଭାଙ୍ଗିଛନ୍ତି ।

ଫାଇନାଲ ମ୍ୟାଚରେ ୨୧-୧୨ ଏବଂ ୨୧-୧୮ ସେଟରେ ପ୍ରମୋଦ ଭଗତ, ଇଣ୍ଡୋନେସିଆର ଖେଳାଳି ମହମ୍ମଦ ଅଲ ଇମାମଙ୍କୁ ପରାସ୍ତ କରିଥିଲେ । ଚମତ୍କାର ପ୍ରଦର୍ଶନ କରି ପୁଣିଥରେ ବିଶ୍ୱ ଦରବାରରେ ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ଭଗତ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande