ଭାରତ ଇଜରାୟଲରେ ନିଜ ନାଗରିକଙ୍କ ପାଇଁ ଜାରି କଲା ପରାମର୍ଶ, ସାବଧାନ ହେବା ପାଇଁ ଅପିଲ
ନୂଆଦିଲ୍ଲୀ,୨୮ ଫେବୃଆରୀ(ହି.ସ.) – ଇଜରାୟଲ-ଇରାନ ସମସ୍ୟା ମଧ୍ୟରେ ଭାରତ ଇଜରାୟଲରେ ରହୁଥିବା ନିଜ ନାଗରିକଙ୍କ ପାଇଁ ଆଡ଼ଭାଇଜରୀ ଜାରି କରିଛି। ତେଲ ଅବୀବ ସ୍ଥିତ ଭାରତୀୟ ଦୂତାବାସ ସମସ୍ତ ଭାରତୀୟଙ୍କୁ ସାବଧାନତା ଆପଣାଇବା ଏବଂ ସବୁ ସମୟ ସତର୍କ ରହିବାକୁ ଅପିଲ୍ କରିଛି। ତେଲ ଅବୀବ ସ୍ଥିତ ଭାରତୀୟ ଦୂତାବ
ଭାରତ ଇଜରାୟଲରେ ନିଜ ନାଗରିକଙ୍କ ପାଇଁ ଜାରି କଲା ପରାମର୍ଶ, ସାବଧାନ ହେବା ପାଇଁ ଅପିଲ


ନୂଆଦିଲ୍ଲୀ,୨୮ ଫେବୃଆରୀ(ହି.ସ.) – ଇଜରାୟଲ-ଇରାନ ସମସ୍ୟା ମଧ୍ୟରେ ଭାରତ ଇଜରାୟଲରେ ରହୁଥିବା ନିଜ ନାଗରିକଙ୍କ ପାଇଁ ଆଡ଼ଭାଇଜରୀ ଜାରି କରିଛି। ତେଲ ଅବୀବ ସ୍ଥିତ ଭାରତୀୟ ଦୂତାବାସ ସମସ୍ତ ଭାରତୀୟଙ୍କୁ ସାବଧାନତା ଆପଣାଇବା ଏବଂ ସବୁ ସମୟ ସତର୍କ ରହିବାକୁ ଅପିଲ୍ କରିଛି। ତେଲ ଅବୀବ ସ୍ଥିତ ଭାରତୀୟ ଦୂତାବାସ ଶନିବାର ଦିନ ଜାରି ପରାମର୍ଶରେ କହିଛନ୍ତି ଯେ କ୍ଷେତ୍ରୀୟ ସୁରକ୍ଷା ସ୍ଥିତିକୁ ଦେଖି ଭାରତୀୟ ନାଗରିକ ଇଜରାୟଲୀ ଅଧିକାରୀମାନେ ଏବଂ ହୋମ ଫ୍ରଂଟ କମାଣ୍ଡ ଦ୍ୱାରା ଜାରି ସୁରକ୍ଷା ଦିଗନିର୍ଦ୍ଦେଶର ଶକ୍ତରେ ପାଳନ କରନ୍ତୁ। ଆଡ଼ଭାଇଜରୀରେ ଭାରତୀୟମାନଙ୍କୁ ନିଜ ଘରେ ବା କାର୍ଯ୍ୟସ୍ଥଳର ନିକଟତମ ସୁରକ୍ଷିତ ଆଶ୍ରୟ ସ୍ଥଳର ସୂଚନା ରଖିବା ଏବଂ ତାଙ୍କ ପାଖରେ ରହିବାକୁ କୁହାଯାଇଛି। ପରବର୍ତି ସୂଚନା ପର୍ଯ୍ୟନ୍ତ ଅନାବଶ୍ୟକ ଯାତ୍ରାରୁ ବଂଚିବାକୁ ପରାମର୍ଶ ଦିଆଯାଇଛି। ଏହାସହିତ ସ୍ଥାନୀୟ ସମାଚାର, ଆଧିକାରିକ ଘୋଷଣା ଏବଂ ଆପାତକାଳୀନ ଆଲର୍ଟ ଉପରେ ନଜର ରଖିବାକୁ କୁହାଯାଇଛି। ଦୂତାବାସ କହିଛି ଯେ କୌଣସି ଆପାତ ସ୍ଥିତିରେ ଭାରତୀୟ ନାଗରିକ ୨୪ ଘଂଟା ହେଲ୍ପଲାଇନ୍ ବା ଇମେଲ ମାଧ୍ୟମରେ ସମ୍ପର୍କ କରିପାରନ୍ତି। ଦୂତାବାସ ସମ୍ବନ୍ଧିତ ଇଜରାୟଲୀ ଅଧିକାରୀମାନଙ୍କ ସହିତ ନିକଟ ସମ୍ପର୍କରେ ଏବଂ ଆବଶ୍ୟକତା ଅନୁଯାୟୀ ଅପଡେଟ ଜାରି କରିବ। ଏହି ପରାମର୍ଶ ଏପରି ସମୟରେ ଜାରି କରାଗଲା ଯେ ଯେତେବେଳେ ଇଜରାୟଲ ଏବଂ ଆମେରିକା ଇରାନ ଉପରେ ବିପୁଳ ମାତ୍ରାରେ ଆକ୍ରମଣ କରିଛି। ତେହେରାନ ସହିତ କେତେକ ସହରରେ ବିସ୍ଫୋରଣର ଖବର ଅଛି। ଇଜରାୟଲରେ ଏୟାର ଆକ୍ରମଣର ସାଇରନ୍ ବଜାଯାଇଛି ଏବଂ ସାରାଦେଶରେ ଆପାତକାଳ ଘୋଷିତ କରାଯାଇଛି। ଭାରତ ସରକାର ନିଜ ନାଗରିକଙ୍କୁ ସ୍ଥାନୀୟ ନିର୍ଦ୍ଦେଶର ପୂର୍ଣ୍ଣ ପାଳନ କରିବା ଏବଂ ସୁରକ୍ଷିତ ରହିବାର ଅପିଲ୍ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande