
ରାଂଚି, 28 ଫେବ୍ରୁଆରି (ହି.ସ.)- ରାଜଧାନୀ ରାଂଚିଅବସ୍ଥିତ ସିଭିଲ୍ କୋର୍ଟକୁ ପୁଣିଥରେ ବୋମା ଦ୍ୱାରା ଉଡାଇଦେବାକୁ
ଧମକ ମିଳିଛି ।ଏହାପରେ ପ୍ରଶାସନ ଓ ପୁଲିସ ବିଭାଗ ଆଲର୍ଟ ହୋଇଯାଇଛି। ଶନିବାର ଦିନ ଇ-ମେଲ୍
ମାଧ୍ୟମରେ ପଠାଯାଇଥିବା ଧମକପୂର୍ଣ୍ଣ ବାର୍ତ୍ତାରେ ଏଥର ଆର୍ଡିଏକ୍ସ ଦ୍ୱାରା ବିସ୍ଫୋରଣ କରିବା
କଥା କୁହାଯାଇଛି।
ଧମକ ମିଳିବା ମାତ୍ରେ
ପୁଲିସ ଓ ସୁରକ୍ଷା ଏଜେନ୍ସିମାନେ ତୁରନ୍ତ ଆଲର୍ଟ ମୋଡ୍ରେ ଯାଇଥିଲେ। ସୂଚନା ପାଇବା ପରେ ପୁଲିସ
ଦଳ ଅଦାଲତ ପରିସରରେ ସଂଘନ ତଲାଶି ଅଭିଯାନ ଆରମ୍ଭ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ଡଗ୍
ସ୍କ୍ୱାଡ୍ ଓ ଏଫଏସଏଲ୍ (ଫୋରେନସିକ ସାଇନ୍ସ ଲାବ୍) ଦଳକୁ ମଧ୍ୟ ଘଟଣାସ୍ଥଳକୁ ଡାକାଯାଇଥିଲା।
ଏହାସହ ସାବଧାନତା ସ୍ୱରୂପ
କୋର୍ଟର ମୁଖ୍ୟ ପ୍ରବେଶଦ୍ୱାରକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା, ଯେତେବେଳେ ଅନ୍ୟ ଗେଟଗୁଡ଼ିକରେ ଅତିରିକ୍ତ ସୁରକ୍ଷା ବଳ ନିଯୁକ୍ତ
କରାଯାଇଥିଲା। ପରିସରକୁ ପ୍ରବେଶ କରୁଥିବା ଓ ବାହାରୁଥିବା ସମସ୍ତ ଲୋକଙ୍କର ଯାଞ୍ଚ କରାଯାଇଥିଲା।
କୋତୱାଲୀ ପୁଲିସ
ଉପାଧୀକ୍ଷକ (ଡିଏସପି) ପ୍ରକାଶ ସୋୟ କହିଛନ୍ତି ଯେ ଧମକପୂର୍ଣ୍ଣ ଇ-ମେଲ୍ର ଉତ୍ସ ଖୋଜିବା ପାଇଁ
ପ୍ରାଯୁକ୍ତିକ ତଦନ୍ତ କରାଯାଉଛି। ସେଥିସହ କୋର୍ଟ ପରିସରର ସୁରକ୍ଷା ଯାଞ୍ଚ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା