
ଇମ୍ଫାଲ, ୨୮ ଫେବୃଆରୀ (ହି.ସ.)- ସୁରକ୍ଷା ବାହିନୀ ରାଜ୍ୟବ୍ୟାପୀ ଚାଲିଥିବା ଅଭିଯାନ ଚଳାଇ ଆତଙ୍କବାଦୀଙ୍କୁ ଗିରଫ କରିବା ସହିତ ଅସ୍ତ୍ରଶସ୍ତ୍ର ଏବଂ ଗୋଳା-ବାରୁଦ ଜବତ କରୁଛନ୍ତି । ମଣିପୁର ପୋଲିସ ଶନିବାର ସୂଚନା ଦେଇଛି ଯେ, ଇମ୍ଫାଲ ପଶ୍ଚିମ ଏବଂ ଚୁରାଚାନ୍ଦପୁର ଜିଲ୍ଲାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳା-ବାରୁଦ ଉଦ୍ଧାର କରାଯାଇଛି ।
ଶୁକ୍ରବାର ଦିନ ଇମ୍ଫାଲ ପଶ୍ଚିମ ଜିଲ୍ଲାର ପାଟସୋଇ ଥାନା ଅନ୍ତର୍ଗତ ଆଭ୍ୟନ୍ତରୀଣ ଅଂଚଳର ସଂଗାଇଥେଲ ମଖା ଲେଇକାଇ ଅଂଚଳରୁ ଏକ ବିନା ମାଗାଜିନ ର ମୋଡିଫାଏଡ୍ .୩୦୩ ରାଇଫଲ, ଦୁଇଟି ସ୍ଥାନୀୟ ଭାବରେ ନିର୍ମିତ ବୋଲ୍ଟ ଆକ୍ସନ ସିଙ୍ଗଲ ବ୍ୟାରେଲ ବନ୍ଧୁକ, ଚାରିଟି ପିସ୍ତଲ ଏବଂ ପ୍ରତ୍ୟେକ ପିସ୍ତଲରେ ଗୋଟିଏ ମାଜାଜିନ, ଦୁଇଟି ନମ୍ବର ୩୬ ଏଚଇ ଗ୍ରେନେଡ ବିନା ଡିଟୋନେଟରର, ଗୋଟିଏ ଏଚଇ ବୋମା, ୧୫ ରାଉଣ୍ଡ .୩୦୩ କାର୍ଟ୍ରିଜ ଏବଂ ତିନୋଟି ଚାର୍ଜର କ୍ଲିପ୍, ଆଠଟି .୩୦୩ ଖାଲି କାର୍ଟ୍ରିଜ, ଗୋଟିଏ ଏସଏଲଆର ଖାଲି କାର୍ଟ୍ରିଜ, ଗୋଟିଏ ବିପି ବେଷ୍ଟ ଏବଂ ଦୁଇଟି ଲୁହା ପ୍ଲେଟ୍, ଦୁଇଟି କ୍ୟାମୋଫ୍ଲାଜେଲ୍ ହେଲମେଟ୍ ଏବଂ ତିନୋଟି ବ୍ୟାଗ୍ ଜବତ କରାଯାଇଛି ।
ଅନ୍ୟ ଏକ ଅଭିଯାନରେ, ସୁରକ୍ଷା ବଳ ଶୁକ୍ରବାର ଦିନ ଚୁରାଚାନ୍ଦପୁର ଜିଲ୍ଲାର ଥିଙ୍ଗିଜାଙ୍ଗ ଗ୍ରାମର ଜଙ୍ଗଲରୁ ଗୋଟିଏ ଏକେ ୪୭ ରାଇଫଲ ମାଗାଜିନ୍ ସହିତ, ତିନୋଟି ସିଙ୍ଗଲ୍ ବ୍ୟାରେଲ୍, ଗୋଟିଏ ବୋଲ୍ଟ ଆକ୍ସନ୍ ସିଙ୍ଗଲ୍ ବ୍ୟାରେଲ୍, ସ୍କୋପ୍ ସହିତ ଗୋଟିଏ ବୋଲ୍ଟ ଆକ୍ସନ୍ ସ୍ନାଇପର ରାଇଫଲ୍, ସାତୋଟି ୭.୬୨ ଏମଏମ୍ ଫାୟାରଡ୍ କେସ୍ ଏବଂ ଦୁଇଟି ଏସଏଲଆର ମ୍ୟାଗାଜିନ୍ ଜବତ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ