
, 28 ଫେବ୍ରୁଆରି (ହି.ସ.)
ଜୟପୁର/ ଆଜମେର -
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଶନିବାର ଆଜମେରରୁ ରାଜ୍ୟବାସୀଙ୍କୁ 16 ହଜାର 686 କୋଟି ଟଙ୍କା ବ୍ୟୟର
43ଟି ପ୍ରମୁଖ କାର୍ଯ୍ୟ ଓ ପରିଯୋଜନାର ଶିଳାନ୍ୟାସ ଓ ଲୋକାର୍ପଣର ଉପହାର ଦେଇଛନ୍ତି। ଏଥିରୁ 8
ହଜାର 554 କୋଟି ଟଙ୍କାର 34ଟି ପରିଯୋଜନା ରାଜ୍ୟ ସରକାରର ବିଭିନ୍ନ ବିଭାଗ ସହ ସମ୍ପୃକ୍ତ, ଯେତେବେଳେ 8 ହଜାର 132 କୋଟି ଟଙ୍କାର 9ଟି ପରିଯୋଜନା କେନ୍ଦ୍ର
ସରକାରର ଜାତୀୟ ରାଜପଥ ଓ ଉର୍ଜା ବିଭାଗ ସହ ଜଡିତ।
ପ୍ରଧାନମନ୍ତ୍ରୀ କାୟଡ଼
ବିଶ୍ରାମସ୍ଥଳୀରେ ସ୍ଥାପିତ ଟିକାକରଣ କେନ୍ଦ୍ରରୁ ସର୍ଭାଇକାଲ୍ କ୍ୟାନ୍ସର ବିରୋଧରେ ଜାତୀୟ ଏଚ୍ପିଭି
ଟିକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ସେ 9ରୁ 14 ବର୍ଷ ବୟସର ପାଞ୍ଚ ଜଣ କନ୍ୟାଙ୍କୁ ଏଚ୍ପିଭି
(ହ୍ୟୁମାନ୍ ପ୍ୟାପିଲୋମା ଭାଇରସ୍) ଟିକା ପ୍ରଦାନ ପରେ ସେମାନଙ୍କ ସହ ଆଲୋଚନା କରିଥିଲେ।
ସର୍ଭାଇକାଲ୍ କ୍ୟାନ୍ସର
ମହିଳାମାନଙ୍କୁ ପ୍ରଭାବିତ କରୁଥିବା ଏକ ଗୁରୁତର ରୋଗ। ବିଶ୍ୱସ୍ତରରେ ଏହାର ପ୍ରାୟ 99
ପ୍ରତିଶତରୁ ଅଧିକ ମାମଲାର ମୁଖ୍ୟ କାରଣ ଏଚ୍ପିଭି ସଂକ୍ରମଣ। ଟିକାକରଣ ପାଇଁ ‘ୟୁ-ୱିନ୍’ ପ୍ଲାଟଫର୍ମରେ ଅନିବାର୍ଯ୍ୟ ପଞ୍ଜିକରଣ ବ୍ୟବସ୍ଥା ସୁନିଶ୍ଚିତ
କରାଯାଇଛି।
ଏହି ଅବସରରେ ରାଜ୍ୟପାଳ
ହରିଭାଉ ବାଗଡେଏବଂ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାମଧ୍ୟ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦି4
ହଜାର 516 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜାତୀୟ ରାଜପଥ ପରିଯୋଜନାମାନଙ୍କର ଲୋକାର୍ପଣ ଓ
ଶିଳାନ୍ୟାସ କରିଛନ୍ତି। ଏଥିରେ ପ୍ରାୟ 1 ହଜାର 208 କୋଟି ଟଙ୍କା ବ୍ୟୟରେ ବାନ୍ଦୀକୁଇରୁ ଜୟପୁରପର୍ଯ୍ୟନ୍ତ 4-ଲେନ୍ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ଏବଂ 1 ହଜାର 114
କୋଟି ଟଙ୍କା ବ୍ୟୟରେ ଦିଲ୍ଲୀ-ଭଦୋଦର ଏକ୍ସପ୍ରେସୱେର ପ୍ୟାକେଜ-14 ସେକ୍ସନ୍ରେ ଏନଏଚ୍-76
ଜଙ୍କସନ୍ରୁ ଏନଏଚ୍-12 ଉପରେ ଉମ୍ମେଦପୁରା ଗ୍ରାମ ପର୍ଯ୍ୟନ୍ତ 8-ଲେନ୍ କ୍ୟାରିଜୱେର ଲୋକାର୍ପଣ
କରାଯାଇଛି।
ଏହାସହ ରାଜ୍ୟବ୍ୟାପୀ ଭାବେ
ଜାତୀୟ ରାଜପଥର ବିସ୍ତାର, ସୁଦୃଢ଼ୀକରଣ ଓ ପ୍ରସ୍ଥ ବୃଦ୍ଧି ସମ୍ପର୍କିତ ବିଭିନ୍ନ କାର୍ଯ୍ୟମାନଙ୍କର ଲୋକାର୍ପଣ
କରାଯାଇଛି। ଏଥିରେ 103 କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ 248ଏ ଉପରେ ଶାହପୁରାରୁ ଥାନାଗାଜୀ
ପର୍ଯ୍ୟନ୍ତ ଦୁଇ-ଲେନ୍ ସଡକ, 546 କୋଟି ଟଙ୍କା ବ୍ୟୟରେ ଦେବଗଡ଼ରୁ ରାଜସ୍ଥାନ-ଗୁଜରାଟ ସୀମା ପର୍ଯ୍ୟନ୍ତ (ପ୍ରଥମ
ପର୍ଯ୍ୟାୟ) ସଡକ ନିର୍ମାଣ କାର୍ଯ୍ୟ, 190 କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ 89 (ନୂତନ ଏନଏଚ୍-58)ର
ଅଜମେର-ନାଗୌର ସେକ୍ସନକୁ ପେଭ୍ ଶୋଲ୍ଡର ସହିତ ଦୁଇ-ଲେନ୍ରେ ଅପଗ୍ରେଡ୍ କରିବା ଏବଂ 110 କୋଟି
ଟଙ୍କା ବ୍ୟୟରେ ଜୈସଲମେର ସମ-ଧନାନା ସଡକର ପ୍ରସ୍ଥ ବୃଦ୍ଧି ଓ ସୁଦୃଢ଼ୀକରଣ କାର୍ଯ୍ୟ ସମ୍ମିଳିତ
ଅଛି।
ମୋଦୀ ଜୟପୁରରେ 286 କୋଟି
ଟଙ୍କାରୁ ଅଧିକ ବ୍ୟୟରେ ସାଙ୍ଗାନେର ଫ୍ଲାଏଓଭରରୁ ଚୌରଡ଼ିଆ ପେଟ୍ରୋଲ ପମ୍ପ ହୋଇ ମାଲପୁରା ଗେଟ୍
ପର୍ଯ୍ୟନ୍ତ ଏଲିଭେଟେଡ୍ ରୋଡ୍, ଯୋଧପୁର ସହରରେ ମହାମନ୍ଦିରରୁ ଅଖଲ୍ୟା ଚୌରାହା ପର୍ଯ୍ୟନ୍ତ 1 ହଜାର 243 କୋଟି ଟଙ୍କା
ବ୍ୟୟରେ 4-ଲେନ୍ ଏଲିଭେଟେଡ୍ ରୋଡ୍, ବାରାଁ ଜିଲ୍ଲାରେ 322 କୋଟି ଟଙ୍କା ଅନୁମାନିତ ବ୍ୟୟରେ
ମାଲବମୋରୀ-ମାଙ୍ଗରୋଲ-ବାରାଁ ରାଜ୍ୟ ରାଜପଥ ଏବଂ ସୱାଇମାଧୋପୁରରେ 111 କୋଟି ଟଙ୍କା ବ୍ୟୟରେ
ଏନଏଚ୍-552 ଉପରେ କୁସ୍ତଲା-ସୱାଇମାଧୋପୁର ସେକ୍ସନର 4-ଲେନ୍ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା