ଆରଏସଏସର ସରକାର୍ଯ୍ୟବାହ ଦତାତ୍ରେୟ ହୋସବାଲେ ୧୮ରେ ଲକ୍ଷ୍ନୌରେ ପହଂଚିବେ, ୧୯ ତାରିଖରେ ଅଯୋଧ୍ୟା କାର୍ଯ୍ୟକ୍ରମରେ ଯୋଗଦେବେ
ଲକ୍ଷ୍ନୌ, ୧୬ ମାର୍ଚ୍ଚ (ହି.ସ.)- ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ(ଆରଏସଏସ)ର ସରକାର୍ଯ୍ୟବାହ ଦତାତ୍ରେୟ ହୋସବାଲେ ଚୈତ୍ର ନବରାତ୍ରୀ ପୂର୍ବରୁ ମାର୍ଚ୍ଚ ୧୮ ତାରିଖରେ ଉତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପହଂଚିବେ । ସରକାର୍ଯ୍ୟବାହ ହୋସବାଲେ ମାର୍ଚ୍ଚ ୧୯ ତାରିଖରେ ଅଯୋଧ୍ୟାର ରାମ ମନ୍ଦିରରେ ଅନୁଷ୍ଠିତ ହେବ
ଆରଏସଏସର ସରକାର୍ଯ୍ୟବାହ ଦତାତ୍ରେୟ ହୋସବାଲେ ୧୮ରେ ଲକ୍ଷ୍ନୌରେ ପହଂଚିବେ, ୧୯ ତାରିଖରେ ଅଯୋଧ୍ୟା କାର୍ଯ୍ୟକ୍ରମରେ ଯୋଗଦେବେ


ଲକ୍ଷ୍ନୌ, ୧୬ ମାର୍ଚ୍ଚ (ହି.ସ.)- ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ(ଆରଏସଏସ)ର ସରକାର୍ଯ୍ୟବାହ ଦତାତ୍ରେୟ ହୋସବାଲେ ଚୈତ୍ର ନବରାତ୍ରୀ ପୂର୍ବରୁ ମାର୍ଚ୍ଚ ୧୮ ତାରିଖରେ ଉତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପହଂଚିବେ । ସରକାର୍ଯ୍ୟବାହ ହୋସବାଲେ ମାର୍ଚ୍ଚ ୧୯ ତାରିଖରେ ଅଯୋଧ୍ୟାର ରାମ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ବର୍ଷ ପ୍ରତିପଦା ମହୋତ୍ସବରେ ସାମିଲ୍ ହେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବେ । ଆରଏସଏସର ପ୍ରତିନିଧି ସଭା ୨୦୨୬ ସମ୍ପନ୍ନ ହେବା ପରେ ସରକାର୍ଯ୍ୟବାହଙ୍କ ଏହା ପ୍ରଥମ ଉତର ପ୍ରଦେଶ ଗସ୍ତ ହେବ । ପ୍ରତିନିଧି ସଭା ପୂର୍ବରୁ ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଉତର ପ୍ରଦେଶ ଗସ୍ତରେ ଆସିଥିଲେ ।

ଏହି ସୂଚନା ଦେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ବ୍ୟବସ୍ଥା ଅଧିକାରୀ ଗୋପାଳ ହିନ୍ଦୁସ୍ଥାନ ସମାଚାରକୁ କହିଛନ୍ତି ଯେ, ଏହି ମହୋତ୍ସବ ସମୟରେ ରାଷ୍ଟ୍ରପତି ଶ୍ରୀରାମ ମନ୍ଦିରର ଦ୍ୱିତୀୟ ମହଲାରେ ଥିବା ଗର୍ଭଗୃହରେ ଶ୍ରୀରାମ ଯନ୍ତ୍ର ମଧ୍ୟ ସ୍ଥାପନ କରିବେ । ସେ ଆହୁରି କହିଛନ୍ତି ଯେ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ବର୍ଷ ପ୍ରତିପଦା ମହୋତ୍ସବ ପାଇଁ ସାତ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ନିମନ୍ତ୍ରିତ ଲୋକଙ୍କୁ ଅପ୍ରେଲ୧୮ ତାରିଖରେ ଅଯୋଧ୍ୟାରେ ପହଂଚିବାକୁ କୁହାଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସମସ୍ତଙ୍କ ପାଇଁ ରହିବା ଏବଂ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ନବରାତ୍ରି ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେଉଛି, ତେଣୁ କାର୍ଯ୍ୟକ୍ରମ ସ୍ଥଳରେ ଉପବାସର ଫଳ ଆହାର ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯିବ । କାର୍ଯ୍ୟକ୍ରମ ପରେ, ଅତିଥିମାନଙ୍କୁ ରାମ ଲଲ୍ଲାଙ୍କ ଦର୍ଶନର ବ୍ୟବସ୍ଥା କରାଯିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande